ଦିଲ୍ଲୀ ସଂସଦ ଭବନକୁ ଯାତ୍ରାକଲେ କାଳିମେଘି ସରପଞ୍ଚ ।

କୋଦଳା,୦୨/୦୧(ପିପିଟି):ସ୍ୱତନ୍ତ୍ର “ଚେଞ୍ଜ ମେକର “କାର୍ଯ୍ୟକ୍ରମ ରେ ଯୋଗଦାନ ନେଇ ଦିଲ୍ଲୀ ନୂତନ ସଂସଦ ଭବନ ଅଭିମୁଖେ ଯାତ୍ରାରମ୍ଭ କଲେ ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତ ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ । ବିଗତ ଦିନରେ ଡିଆରଡିଏ ଦ୍ୱାରା ହୋଇଥିବା ଜିଲ୍ଲାସ୍ତରୀୟ ମହିଳା ନେତୃତ୍ୱ ଶୀର୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କାଳିମେଘି ସରପଞ୍ଚ ଉତ୍ତୀର୍ଣ ହୋଇ ରାଜ୍ୟସ୍ତରୀୟ ମହିଳା ନେତୃତ୍ୱ ଶୀର୍ଷକ ପ୍ରଶିକ୍ଷଣ( “SHE IS A CHANGE

MAKER” ) କାର୍ଯ୍ୟକ୍ରମକୁ ପଠାଯାଇଥିଲା । ସେଠାରେ ମଧ୍ୟ ସେ ସଂସଦ ଭବନ ଯିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ମହିଳା ହେଉଛନ୍ତି ସମାଜ ପରିବର୍ତ୍ତନ ର ଜଣେ ଜଣେ Change maker ସରକାର ତାକୁ ଆଖିରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନାରୀ ନେତ୍ତୃତ୍ୱ ନେବାରେ ଦକ୍ଷତା, ଅଭିଜ୍ଞତା,କୌଶଳ, ଶିଷ୍ଠତା,ନୀତି ନିଷ୍ଠତା ଉପରେ ଆଲୋଚନା ପର୍ଯ୍ୟାଲୋଚନା , ବିଭିନ୍ନ ବିଷୟରେ ମତ ଓ ଭିନ୍ନମତ ପ୍ରଦାନର ଚମକ ଦେଖିବା ସହିତ ଓଡ଼ିଶାର ବଛା ବଛା ଦଶ ଜଣଙ୍କୁ SIRD&PR ତରଫରୁ ନୂଆଦିଲ୍ଲୀର ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବାକୁ ଥିବା ସର୍ବ ଭାରତୀୟ ବା ଜାତୀୟ ସ୍ତରୀୟ କର୍ମଶାଳା ଯୋଗଦେବା ପାଇଁ ମନୋନିତ ହୋଇଥିଲେ । ସେଥି ମଧ୍ୟରୁ ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଲିମେଘି ପଞ୍ଚାୟତର ସରପଞ୍ଚ ଅନ୍ୟତମ । ବେଗୁନିଆପଡା ବ୍ଲକର ଏକ ପଞ୍ଚାୟତ ରୁ ସରପଞ୍ଚଙ୍କୁ ମନୋନୟନ କରିଥିବାକୁ ନିଜକୁ ଧନ୍ୟ ମନେକରିବା ସହ ସବୁ କ୍ଷେତ୍ରରେ ସମସ୍ତ କାର୍ଯ୍ୟରେ ସହଯୋଗ କରୁଥିବା ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ ସମେତ SIRD&PRକୁ କୃତଜ୍ଞତା ଜଣାଇ ଛନ୍ତି । ନିଜ ପଞ୍ଚାୟତର ସରପଞ୍ଚ ଆଜି ମନୋନୀତ ହୋଇ ଦିଲ୍ଲୀ ସଂସଦ ଭବନ ଗସ୍ତ କରିଥିବାରୁ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି ।
(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ ।)

Comments (0)
Add Comment