ଦିଲ୍ଲୀ କର୍ତ୍ତବ୍ୟପଥ ପରେଡ୍ ରେ ଗୁଣପୁର ମହାବିଦ୍ୟାଳୟର ଏନସିସି କ୍ୟାଡେଟ୍ ରୋମାଜ୍ କର ।

ଗୁଣୁପୁର,୨୬/୦୧: ଗୁଣପୁର କଲେଜ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଟ୍ ରୋମାଜ୍ କରଙ୍କୁ ଜାନୁଆରୀ ୨୬ ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡ୍ ପାଇଁ ମନୋନୀତ କରାଯାଇଛି। ଏହି ପରେଡ୍ ଏକ ଜାତୀୟ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ, ଯେଉଁଥିରେ ସାରା ଦେଶରୁ ମନୋନୀତ କ୍ୟାଡେଟ୍ ଅଂଶଗ୍ରହଣ କରିଥାନ୍ତି । ରୋମାଜ୍ କରଙ୍କ ସଫଳତାରେ କଲେଜ ପ୍ରଶାସନ ଏବଂ ଛାତ୍ରମାନେ ଆନନ୍ଦ ପ୍ରକାଶ କରିଛନ୍ତି। ଅଧ୍ୟକ୍ଷ ବି. ଶ୍ରୀହରି ପଟ୍ଟନାୟକ ଓ ଏଏନଓ ଲ୍ୟୁଟେନାଣ୍ଟ ଜିତେନ୍ଦ୍ର ବଡ଼ମୁଣ୍ଡି ଏବଂ ୧୩ ଓଡ଼ିଶା ଏନସିସି ବାଟାଲିୟନର କମାଣ୍ଡିଂ ଅଫିସର କର୍ଣ୍ଣେଲ ସୁନୀଲ କୁମାର ଏମ.ଏସ୍ ତାଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଏହା ସମଗ୍ର କଲେଜ ପାଇଁ ଗର୍ବର ବିଷୟ। ରୋମାଜ୍ ତାଙ୍କ କଠିନ ପରିଶ୍ରମ ଏବଂ ଶୃଙ୍ଖଳା ମାଧ୍ୟମରେ ଏହି ସ୍ଥାନ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଳରୁ ଶୁଭେଚ୍ଛା ର ସୁଅ ଛୁଟିଛି।

Comments (0)
Add Comment