ଦିବଙ୍ଗତଙ୍କ ସୃତିରେ ଓକିଲ ସଂଘର ଶୋକସଭା ।

ପୋଲୋସରା,୨୮/୦୫(ପିପିଟି); ଆଜି ପୂର୍ବାହ୍ନ ସମୟରେ ପୋଲୋସରା ସ୍ଥିତ ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ଠାରେ ପୋଲୋସରା ଓକିଲ ସଙ୍ଘ ଗତ ୨୩ ତାରିଖ ରବିବାରଦିନ ସନ୍ଧ୍ୟାରେ ଏମକେସିଜି କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସ୍ୱର୍ଗରୋହଣ କରିଥିବା ଦିବଙ୍ଗତ ଯୁବ ଆଇନଜୀବୀ ଅରୁଣ କୁମାର ମୁଦୁଲିଙ୍କ ସୃତିରେ ଏକ ଶୋକସଭା ଅନୁଷ୍ଟିତ ହୋଇଯାଇଛି । ସଙ୍ଘର ସଭାପତି ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୋଲୋସରା ଅଞ୍ଚଳର
ଆଇନଜୀବୀମାନେ ଯୋଗଦେଇଥିଲେ । ଏହି ଅବସରରେ ଦିବଙ୍ଗତଙ୍କ ଆମର ଆତ୍ମାର ସଦଗତି କାମନା ସ୍ବରୂପ ଦୁଇ ମିନଟ ସମୟ ପାଇଁ ନିରବ ପ୍ରାର୍ଥନା କରାଜିବା ସହିତ ଶୋକ ସନ୍ତପ୍ତ ପରିବାରପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା । ଉପସ୍ଥିତ ଆଇନଜୀବୀମାନେ ସ୍ୱର୍ଗତ ମୁଦୁଲିଙ୍କ କର୍ମମୟ ଜୀବନରେ ସୃତି ଚାରଣ କରିଥିଲେ । ସେ ଜଣେ ଭଦ୍ର ମେଳାପି ପ୍ରକୃତି ର ବ୍ୟକ୍ତି ଥିଲେ, ତାଙ୍କର ଏଭଳି ଯୁବ ଅବସ୍ଥାରେ ଅସମୟରେ ମୃତ୍ୟୁକୁ ନେଇ ଗଭୀର ଦୁଃଖପ୍ରକାଶ କରିଥିଲେ । ଏହି ଅବସରରେ ଦିବଙ୍ଗତଙ୍କ ପରିବାରକୁ ଦ୍ଵାଦଶହ ପୁଣ୍ୟ ତିଥି ଦିବସରେ ସଙ୍ଘ ତରଫରୁ ଆର୍ଥିକ ସାହାଯ୍ୟ ଦିଆଯିବ ବୋଲି ଘୋଷଣା କରାଯିବା ସହ ପରିବାରକୁ ଥଇଥାନ ଓ ଆବଶ୍ୟକ ସହାୟତା କରିବାକୁ ସରକାରଙ୍କ ନିକଟରେ ସଙ୍ଘ ତରଫରୁ ଦାବି କରାଯାଇଛି । କାର୍ଯ୍ୟକ୍ରମରେ ଓକିଲ ବ୍ରଜେନ୍ଦ୍ର ସାହୁ ସଂଯୋଜନା କରିଥିବାବେଳେ ସଭାପତି ଉପସ୍ଥିତ ସମସ୍ତ ଓକିଲ ବନ୍ଧୁ ମାନଙ୍କୁ ସଙ୍ଘ ତରଫରୁ ଆନ୍ତରିକତା ଧନ୍ୟବାଦ ପ୍ରଦାନ କରିଥିଲେ ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)

Comments (0)
Add Comment