ମାଲକାନଗିରି,୧୬/୧୦(ପିପିଟି):ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲି ପଡା ଗ୍ରାମର ଜ୍ଯୋତି ରଞ୍ଜନ ଗୁଡିଆ ଜଣେ ପ୍ରାଚୀନ ଦିଦାୟୀ ସଂପ୍ରଦାୟର ଯୁବକ। ତାଙ୍କର ଥେସିସ୍ ଥିଲା –
Continuity and Changes of Traditional Political System of Didayi Tribe in Odisha: A Case Study of Malkangiri District ବିଷୟରେ ଲେଖି ଡକ୍ଟରେଟ ପାଇଛନ୍ତି।
ସେ କୁଡୁମୁଲୁଗୁମ୍ମାରେ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢା ସାରିବା ପରେ ସେଇ ଗ୍ରାମର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇଥିଲେ । ଅଭାବ ଅନାଟନ ମଧ୍ୟରେ ପାଠ ପଢିବା ବହୁତ କଷ୍ଟକର ସତ୍ବେ ସେ ୮ମ ରୁ ୧୦ମ ଶିକ୍ଷକ ମହେଶ୍ଵର ମହାରଣାଙ୍କ ନିକଟରେ ତିନି ବର୍ଷ ରହି ମାଧ୍ୟମିକ ଶିକ୍ଷା ଲାଭ କରିଥିଲେ । ସେଇ ସମୟରେ ଶ୍ରୀ ମହାରଣା, ଜ୍ୟୋତିରଞ୍ଜନଙ୍କର ବିଚକ୍ଷଣ ଚିତ୍ରକଳା ଦେଖି ତାଙ୍କ ଚିତ୍ର କଳା କିପରି ଆଗକୁ ଉନ୍ନତି କରିବ ସେଥିପାଇଁ ସେ ବିଭିନ୍ନ ଅନୁଷ୍ଠାନ ସହ ଯଗାଯୋଗ କରିଥିଲେ । ୨୦୧୨ ମସିହାରେ ସେଠାରେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସୁଦୂର ମାଲକାନଗିରି ଜିଲ୍ଲାରୁ ଭୁବନେଶ୍ଵର ଯାଇ ପଢିବାର ସୁଯୋଗପାଇଥିଲେ । ଭୁବନେଶ୍ୱର ସ୍ଥିତ କିସ୍ ଅନୁଷ୍ଠାରେ ସେ +୨ କଳା, +୩ ରାଜନୀତି ବିଜ୍ଞାନ, ପିଜି, ଏମଫିଲ ଓ ପିଏଚଡି ପଢି ଦିଦାୟୀ ଜନଜାତିର ପ୍ରଥମ ଡକ୍ଟରେଟ୍ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।ତାଙ୍କର ଥେସିସ ଥିଲା – “Continuity and Changes of Traditional Political System of Didayi Tribe in Odisha: A Case Study of Malkangiri District “ସମ୍ପର୍କିତ ବିଷୟ ଉପରେ ଆଧାରିତ ଥିଲା।
(ରିପୋର୍ଟ : ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)