ଦିଗପହଣ୍ଡି ସହର ଉପକଣ୍ଠରେ ଇଟାଭାଟି, ପ୍ରଶାସନ ନୀରବ ।

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୦୪/୦୪-ଦିଗପହଣ୍ଡି ସହର ଉପକଣ୍ଠରେ ଦୁଇଟି ଉପରଭାଟି ଇଟାଭାଟି ରହିଥିବା ବେଳେ ପ୍ରଶାସନ ଜାଣି ସୁଦ୍ଧା ନୀରବ ଦ୍ରଷ୍ଟା ସାଜିଥିବା ପରିଲକ୍ଷିତ ହୋଇଛି । ସହରର ହେଡ୍ କ୍ୱାର୍ଟର ତଥା ତହସିଲ କାର୍ଯ୍ୟାଳୟରୁ ମାତ୍ର ଦେଢ କିଲୋମିଟର ଦୂରତା ମଧ୍ୟରେ ଏହି ଦୁଇଟି ଇଟା ଭାଟି ରହିଥିବା ବେଳେ ସମ୍ପୃକ୍ତ ବିଭାଗୀୟ ର୍କୃପକ୍ଷ ଏଥିପ୍ରତି ଅବଗତି ଅଛନ୍ତି କି ନାହାନ୍ତି ସେଥିନେଇ ମଧ୍ୟ ସାଧାରଣରେ ନାନା ସମାଲୋଚନା ଜୋର୍ ଧରିଛି । ଦିଗପହଣ୍ଡି ଆସିକା ମୁଖ୍ୟ ରାଜରାସ୍ତାର ରାଜପୁର ଏବଂ ଆଙ୍କରୋଡା ଗ୍ରାମ ଛକ ନିକଟରୁ ଚାଡାପଲ୍ଲୀ ଗ୍ରାମ ନିକଟସ୍ଥ ରାସ୍ତାରେ ଖୋଲା ଚାଷ ଜମି ଉପରେ ଏହି ଇଟା ଭାଟି କରାଯାଇ ପୋଡାଯାଉଥିବା ବେଳେ ସମ୍ପୃକ୍ତ ଅଳର ରାଜସ୍ୱ ନିରୀକ୍ଷକ ଏବଂ ତହସିଲ ପ୍ରଶାସନ ର୍କୃପକ୍ଷଙ୍କ କାର୍ଯ୍ୟକାରିତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି ବୋଲି ଆଲୋଚନା ହେଉଛି । ସେହିପରି ଜିଲା ପ୍ରଶାସନ ମାଟି ଇଟା ପୋଡିବା କିମ୍ବା ଇଟା ଭାଟି ପାଇଁ ମାଟି ଖୋଳିବାକୁ ସମ୍ପୃନ୍ନ ନିଷେଧ କରିଥିବା ବେଳେ ଏଥିପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସାର୍କୁଲାର୍ ଜରି କରିଛନ୍ତି । ହେଲେ ତହସିଲ ପ୍ରଶାସନ କେବଳ ରୟାଲିଟି କାଟି ଏଭଳି ସବୁ ଇଟାଭାଟିମାନଙ୍କୁ ଛାଡିଦିଆଯିବା ପ୍ରୋତ୍ସାହିତ କରୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଆଗକୁ ଗ୍ରୀଷ୍ମ ପ୍ରବାହ ଜାରି ହେବାକୁଥିବା ବେଳେ ଏବେଠାରୁ ତାତି ଉପ୍ତ ଆରମ୍ଭ ହେଲାଣି । ଏଭଳି ସ୍ଥଳରେ ସହର ଉପକଣ୍ଠରେ ରହିଥିବା ଏହି ମାଟି ଇଟାଭାଟିରୁ ପୋଡା ଧୂଆଁ ଏବଂ ନିଆଁ ତାତି ଅଳରେ ତାପମାତ୍ରାକୁ ଦ୍ୱିଗୁଣିତ କରିଦେଉଛି । ସେହିପରି ସହରର ଅଗ୍ନିଶମ ବାହିନୀ ବିଭାଗୀୟ କାର୍ଯ୍ୟାଳୟ ନିକଟ, ରାଜପୁର ଗ୍ରାମ ନିକଟ, ମାମୁଁ ଭଣଜା ପାହାଡ ନିକଟରେ ଇଟାଭାଟି ମାନ ସ୍ଥାପନ କରାଯାଇ ପ୍ରତ୍ୟେହ ପୋଡାଯାଉଛି । ଇଟା ଟ୍ରାକ୍ଟରରେ ୧୫ଶହଟି ଇଟା ରହୁଥିବା ବେଳେ ଟ୍ରାକ୍ଟରଟେ ଇଟା ଲୋଡ୍ କୁ ଆଠ ହଜାରଟଙ୍କା ଅର୍ଥ ରାଶି ପୈଠ କରିବାକୁ ପଡୁଛି । କ୍ରେତା ଏଥିପାଇଁ ଟ୍ରାନ୍ସପୋର୍ଟ ଅର୍ଥରାଶି ନିଜେ ବହନ କରିବା ସହିତ ୮ ହଜାରଟଙ୍କା ଅର୍ଥ ରାଶି ପୈଠ କରିଲେ ଇଟା ମିଳୁଥିବା ଜାଣିବାକୁ ମିଳିଛି । ଗୋଟିଏ ଭାଟିରେ ପ୍ରାୟ ୪୦ ହଜାର ଇଟା ରହୁଥିବା ବେଳେ ଗୋଟିଏ ମାସରେ ଇଟା ଭାଟି ମାଲିକ ମାନେ ପ୍ରାୟ ୧୫ ଭାଡି ଇଟା ପୋଡିଥାନ୍ତି । ଏଥିରୁ ପ୍ରବଳ ଅର୍ଥ ଉପାର୍ଜନ କରୁଥିବା ବେଳେ ତହସିଲ ପ୍ରଶାସନକୁ ରୟାଲିଟି ବାବଦକୁ ମାତ୍ର ୧୦ ରୁ ୩୦ ହଜାର ଟଙ୍କା ଗ୍ରହଣ କରାଯାଇଥାଉଛି । ଜିଲାପ୍ରଶାସନ ଏଥିପ୍ରତି ଗୁତୂତ୍ୱାରୋପ ଦେବା ସହିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରାଯିବା ନେଇ ସାଧାରଣରେ ଦାବୀ ହୋଇଛି । ସମ୍ପ୍ରି ଲକ୍ ଡାଉନ୍ ଯୋଗୁଁ ସମସ୍ତ ଯୋଗାଣ କାର୍ଯ୍ୟ ଟ୍ରାନ୍ସପୋର୍ଟ କାର୍ଯ୍ୟ ବନ୍ଦ ରହିଥିବାରୁ ଇଟା ଦର ଦ୍ୱିଗୁଣିତ ହୋଇଯାଇଥିବା ଅଭିଯୋଗ ହୋଇଛି ।
ରିପୋର୍ଟ – ରବିକୁମାର ଶର୍ମା ।Attachments areaReplyForward
Comments (0)
Add Comment