ଦିଗପହଣ୍ଡି,୨୦/୧୧(ପିପିଟି); ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦେବୀ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡି ପଞ୍ଚାୟତ ଅନ୍ତର୍ଗତ ମା ଖେମୁଣ୍ଡି କାଳୁଆ ପିଠରେ ବ୍ଲକର ପାଖାପାଖି ୨୦୦ ଟ୍ରାକ୍ଟର ମାଲିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଟିତ ହୋଇଯାଇଚି । ରାଜ୍ୟ ସରକାରଙ୍କ କରୋନା କଟକଣା ନିୟମକୁ ପାଳନ କରି ଏହି ବୈଠକ ଅନୁଷ୍ଟିତ ହୋଇଥିବାବେଳେ ଏହି ମହାମାରୀ ସମସ୍ତ ଦିନ ମଜୁରିଆଙ୍କ ପେଟକୁ ଲାତ ମାରିଚି ଯାହାଫଳରେ ବହୁ ପରିବାର ଏକ ପ୍ରକାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି ଏବଂ ସରକାର ଲଘୁ ଖଣିଜ ପଦାର୍ଥ ପରିବହନ ଓ ରାଜସ୍ବ ଆଦାୟ ନିମନ୍ତେ ଯେଉଁ ନିୟମ ପ୍ରଣୟନ କରିଚନ୍ତି ତାହାକୁ ଅନୁପାଳନ କରି ପରିବହନ ବ୍ୟବସ୍ଥା ସୁରୁଖୁରରେ ଚଲେଇବା ଏବଂ ସମସ୍ତଙ୍କ ମଧ୍ୟରେ ଏକତା ରଖି କାର୍ଯ୍ୟ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସହ ସମତି ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ.ନିରଞ୍ଜନ ରେଡ୍ଡୀଙ୍କୁ ସଙ୍ଘର ସଭାପତି ରୂପେ ଚୟନ କରାଯାଇଥିବା ବେଳେ ଗଜେନ୍ଦ୍ର ସ୍ୱାଇଁ ଉପସଭାପତି, ସମ୍ପାଦକ କୃଷ୍ଣ ଚନ୍ଦ୍ର ସେଠି,ସହ ସମ୍ପାଦକ କୁରେଶୁ ସେଠି,କୋଷାଧକ୍ଷ ଏମ.ଆପ୍ପା ରାଓ,ଉପଦେଷ୍ଟା ରୂପେ ଅଭିମନ୍ୟୁ ରାଉତ,ଦିଗାମ୍ବର ମହାରଣା,ବି.ବାଲାଜୀ ରେଡ୍ଡୀ,ସୁରେନ୍ଦ୍ର ରେଡ୍ଡୀ,ଏମ.ଶିବରାମ ରେଡ୍ଡୀ,ଶିବରାମ ସ୍ୱାଇଁ,ସମୀର ସ୍ୱାଇଁ,କେଶବ ଗୌଡ଼,ଧ୍ୱଜ ସାହୁ,ବିପ୍ର ସେଠି,ରାଜେନ୍ଦ୍ର ଦୋରା ଏବଂ ଶିବଶଙ୍କର ସ୍ୱାଇଁ ସମେତ ୨୦୦ ରୁ ଅଧିକ ଟ୍ରାକ୍ଟର ମାଲିକ ଉପସ୍ଥିତ ଥିଲେ । ନୂତନ ଟ୍ରାକ୍ଟର ମାଲିକ ସଙ୍ଘକୁ କୁକୁଡାଖଣ୍ଡି ଟ୍ରାକ୍ଟର ମାଲିକ ସଙ୍ଘ ସଭାପତି ସନାତନ ସଂଗ୍ରାମ ସିଂ ଅଭିନନ୍ଦନ ଜଣାଇଛନ୍ତି ।