ଦିଗପହଣ୍ଡି ବିଧାନସଭା ନିର୍ବାଚନ ପାଇଁ ୧୩ ଜଣ ପ୍ରାର୍ଥୀ ମଇଦାନରେ ।

ବ୍ରହ୍ମପୁର,୨୯/୦୪(ପିପିଟି): ଦିଗପହଣ୍ଡି ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ଯାହାର ଶେଷ ହେବା ପରେ ନିର୍ବାଚନ ମଇଦାନରେ ୧୩ ପ୍ରାର୍ଥୀ ରହିଛନ୍ତି। ନୀଳମାଧବ ମିଶ୍ର ବିଏସପି, ପି.ମନୋଜ କୁମାର ଆପ୍,ବିପ୍ଳବ ପାତ୍ର ବିଜେଡି,ସାକା ସୁଜିତ କୁମାର କଂଗ୍ରେସ, ସିଦ୍ଧାନ୍ତ ମହାପାତ୍ର ବିଜେପି, ପିଣ୍ଟୁ ପ୍ରଧାନ ଫରୱାର୍ଡ ବ୍ଲକ, କାହ୍ନୁଚରଣ ପାତ୍ର ସ୍ବାଧୀନ, କୁନା ଦାସ ସ୍ବାଧୀନ, ଜୟରାମ ରାଉତ ସ୍ବାଧୀନ, ବୃନ୍ଦାବନ ଖଟେଇ ସ୍ବାଧୀନ, ଯମୁନା ବେହେରା ସ୍ବାଧୀନ, ଶିମାଞ୍ଚଳ ଡାକୁଆ ସ୍ବାଧୀନ, ସୁକାନ୍ତ କିଶୋର ପଣ୍ଡା ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବେ। ମେ ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ବିଜେଡି, ବିଜେପି ଓ କଂଗ୍ରେସ ମଧ୍ଯରେ ତ୍ରି ମୁଖୀ ଲଢେଇ ହେବ। ବିଏସପି, ଫରୱାର୍ଡ ବ୍ଲକ, ଆପ୍ ଓ ସ୍ବାଧୀନ ପ୍ରାର୍ଥୀ ମାନେ ଭୋଟହାର କୁ ପ୍ରଭାବିତ କରିପାରନ୍ତି।

Comments (0)
Add Comment