ବ୍ରହ୍ମପୁର,୨୮/୦୭(ପିପିଟି): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟର ମୁଖ୍ୟ ପ୍ରଶାନ୍ତ କୁମାର ସାବତଙ୍କ ତତ୍ତ୍ଵାବଧାନରେ ଏହି ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଦିଗପହଣ୍ଡି କ୍ଲଷ୍ଟରର ସମସ୍ତ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ସମସ୍ତ ସୁବିଧା ଅସୁବିଧା ଉପରେ ଆଲୋଚନା କରିଥିଲେ କ୍ଲଷ୍ଟର ମୁଖ୍ୟ ଶ୍ରୀ ସାବତ । ଆଗାମୀ ଦିନରେ ୧୦୮ଆମ୍ବୁଲାନ୍ସ ସେବା ସମସ୍ତ ଜନସାଧାରଣ ମାନେ ସଠିକ୍ ଭାବେ ପାଇପାରିବେ ସେ ଉପରେ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ ଶ୍ରୀ ସାବତ । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀକାନ୍ତ ପଣ୍ଡା, ଜିତେନ୍ଦ୍ର ବିଷୋୟୀ,ରୂପାଲି ନାୟକ,ଅନନ୍ତ ପଣ୍ଡା,ସନ୍ତୋଷ ପ୍ରଧାନ,ସନ୍ତୋଷ ନାୟକ,ଆଶିଷ ରଥ,ରବି ନାରାୟଣ ବେହେରା, ରମେଶ ପାତ୍ର, ସାନ୍ତୁନୁ ପାତ୍ର,ରାଜା ପାତ୍ର, ଦୁର୍ଗା ମାଧବ ତ୍ରିପାଠୀ ପ୍ରମୁଖ ଏହି ବୈଠକରେ ଅଂଶ ଗ୍ରହଣ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )