ଦିଗପହଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ୧୦୮ କର୍ମଚାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ।

ଦିଗପହଣ୍ଡି,୨୮/୦୭(ପିପିଟି): ପ୍ରତ୍ୟେକ ଲୋକ ଏବେ ୧୦୮ ଆମ୍ବୁଲାନ୍ସ ସେବା ଉପରେ ନିର୍ଭର କରିଥାନ୍ତି । ୧୦୮ କର୍ମଚାରୀ ମାନେ ବି ଦିନ ରାତି ରୋଗୀ ମାନଙ୍କୁ ସେବା ସଠିକ୍ ଭାବେ ସେବା ଯୋଗାଇ ଆସୁଛନ୍ତି । ୧୦୮ ସେବା ପାଇଁ ଲୋକେ ମଧ୍ୟ ବହୁତ୍ ଖୁସି ଥିବା ଜଣା ପଡ଼ୁଛି । ଏହି ପରିପ୍ରେକ୍ଷୀରେ ଆଜି ଦିଗପହଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ କ୍ଲଷ୍ଟର ଲିଡର ପ୍ରଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ୧୦୮ କର୍ମଚାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରୋଗୀ ମାନଙ୍କୁ କିଭଳି ଭାବେ ଆହୁରି ଉନ୍ନତ ସେବା କେମିତି ଯୋଗାଇ ଦିଆଯିବ ସେ ଉପରେ ଆଲୋଚନା ହୋଇଥିଲା । ଆଲୋଚନାରେ ଦିଗପହଣ୍ଡି କ୍ଲଷ୍ଟରର ସମସ୍ତ ୧୦୮ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment