ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣରେ ରନ୍ଧା ମଦ ମହୁଲ , ମଦ ପୋଚ ନଷ୍ଟ ।

ବ୍ରହ୍ମପୁର,୨୨/୦୫(ପିପିଟି) ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ରବିବାର ଦିନ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅଧିନସ୍ଥ ବଡପଦା ନିକଟସ୍ଥ ପଶ୍ଚିମ ଦିଗ ଘଞ୍ଚ ଜଙ୍ଗଲ ନାଳ ରାସ୍ତାରେ ଅତର୍କିତ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ମହୁଲ ପୋଚ ଓ ଦେଶୀମଦ ନଷ୍ଟ କରାଯାଇଛି । ଖବରନୁଯାୟୀ , ଅବକାରୀ ବିଭାଗ ଆଜି ବିଶେଷ ସୁତ୍ରରୁ ଖବରପାଇ ଦିଗପହଣ୍ଡି ଅବକାରୀ ଉପ ନିରୀକ୍ଷକ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀମାନେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଉକ୍ତ ଦୁର୍ଗମ ଅଞ୍ଚଳରେ ଚଢ଼ାଉ କରି ୩୬୦୦ ମହୁଲ ମଦପୋଚ ଓ ୧୩୦ ଲିଟର ରନ୍ଧା ମଦ ନଷ୍ଟ କରିଥିବା ଜଣାପଡିଛି । ଏଥିସହ ରୋଷେଇ ନିମନ୍ତେ ବ୍ୟବହୃତ ରନ୍ଧା ସାମଗ୍ରୀ ଜବତ କରିଛନ୍ତି । ତେବେ ଏହି ଚଢ଼ାଉରେ କାହାରିକୁ ଗିରଫ କରାଯାଇ ପାରିନଥିବା ସୂଚନା ମିଳିଛି । ଏନେଇ ଦିଗପହଣ୍ଡି ଅବକାରୀ ପକ୍ଷରୁ ଏକ ମାମଲା ନଂ ୨୬/୨୨ ଅନୁସାରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଏହି ଚଢ଼ାଉ ସମୟରେ ଚିକିଟି ଅବକାରୀ ଉପ ଅଧିକ୍ଷକ ବିଜୟ କୁମାର ଧାରୁଆ , ଚିକିଟି ଅବକାରୀ ନିରୀକ୍ଷକ ମିହିର କୁମାର ସେଠୀ , ଦିଗପହଣ୍ଡି ଅବକାରୀ ଏ.ଏସ୍.ଆଇ ବସନ୍ତ ବେହେରା , କର୍ମଚାରୀ ନିରଞ୍ଜନ ବେହେରା , ଏନ୍.ତ୍ରିପତୀ , ସ୍ବଏମ୍ଭୁ କହଁର , ପଦ୍ମାବତୀ ସେଠୀ , ହରି ମଲ୍ଲିକ , ଆର୍ . ଲକ୍ଷ୍ମୀ ରେଡ୍ଡୀ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment