ଦିଗପହଣ୍ଡିର ସୁନୀଲ ଦୋରାଙ୍କୁ ଭାରତୀୟ ଜନତା ଯୁବମୋର୍ଚ୍ଚାର ଜିଲ୍ଲା ଦାୟିତ୍ୱ ।

ବ୍ରହ୍ମପୁର,୨୪/୦୭(ପିପିଟି):ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ଏବଂ ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି ବି. ସୋମନାଥ ପାତ୍ରଙ୍କ ଅନୁମୋଦନକ୍ରମେ ଭାରତୀୟ ଜନତା ଯୁବମୋର୍ଚ୍ଚା, ଗଞ୍ଜାମ ଜିଲ୍ଲାର ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି । ଏହି କାର୍ଯ୍ୟକାରିଣୀରେ ଦିଗପହଣ୍ଡି ଅଞ୍ଚଳର ଯୁବ ନେତା ସୁନୀଲ ଦୋରାଙ୍କୁ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଭାବେ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି।

ଶ୍ରୀ ଦୋରା ଛାତ୍ରଜୀବନରୁ ସାମାଜିକ ଓ ରାଷ୍ଟ୍ରବାଦୀ କାର୍ଯ୍ୟକଳାପ ସହ ଜଡ଼ିତ ରହିଆସିଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଜିଲ୍ଲା, ବିଭାଗ ଏବଂ ରାଜ୍ୟ ସ୍ତରରେ ବିଭିନ୍ନ ଦାୟିତ୍ୱ ସଫଳତାର ସହ ପାଳନ କରିବା ସହ ସାମାଜିକ ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ସକ୍ରିୟ ଭୂମିକା ନିର୍ବାହ କରିଛନ୍ତି । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରୁ ଶିକ୍ଷାଲାଭ କରିଛନ୍ତି । ତାଙ୍କର ସଂଗଠନ ଦକ୍ଷତା, ନେତୃତ୍ୱ ଏବଂ ସମାଜସେବା ପ୍ରତି ନିଷ୍ଠାକୁ ବିଚାର କରି ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି ।

ଏହି ନିଯୁକ୍ତି ପରେ ଶ୍ରୀ ଦୋରାଙ୍କୁ ଚାରିଆଡ଼ୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ସଂଗଠନର ବରିଷ୍ଠ ନେତୃବୃନ୍ଦ, ଦଳୀୟ କାର୍ଯ୍ୟକର୍ତ୍ତା, ସାମାଜିକ ସଂଗଠନର ସଦସ୍ୟ, ବୁଦ୍ଧିଜୀବୀ, ବନ୍ଧୁବର୍ଗ ଏବଂ ଶୁଭେଚ୍ଛୁମାନେ ତାଙ୍କର ଉଜ୍ଜ୍ୱଳ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ବାଙ୍କେଶ୍ୱରୀଙ୍କ କୃପାରୁ ସେ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ସମାଜସେବା କ୍ଷେତ୍ରରେ ନୂତନ ସଫଳତା ହାସଲ କରିବେ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି ।

ଭାରତୀୟ ଜନତା ଯୁବମୋର୍ଚ୍ଚା, ଗଞ୍ଜାମ ଜିଲ୍ଲା ପକ୍ଷରୁ ନବଗଠିତ କାର୍ଯ୍ୟକାରିଣୀ ଯୁବଶକ୍ତିକୁ ସଂଗଠିତ କରି ରାଷ୍ଟ୍ର ନିର୍ମାଣ ଏବଂ ଜନସେବାର ବିଭିନ୍ନ କ୍ଷେତ୍ରରେ ଅଧିକ ସକ୍ରିୟ ଓ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବ ବୋଲି ବିଶ୍ୱାସ ବ୍ୟକ୍ତ କରାଯାଇଛି ।

Comments (0)
Add Comment