ଦିଗପହଣ୍ଡିରେ ହାତୀ ଉପଦ୍ରବ:ହାତୀ ଦଳିଦେଲା ୧୦ ଭରଣରୁ ଉର୍ଦ୍ଧ୍ବ ଧାନ ଫସଲ,ଚିନ୍ତାରେ କ୍ଷତିଗ୍ରସ୍ତ ଚାଷୀ ।

ଦିଗପହଣ୍ଡି,୨୫/୧୦(ପିପିଟି): ଦିଗପହଣ୍ଡି ବନାଞ୍ଚଳରେ ରବିବାର ବିଳମ୍ବିତ ରାତିରୁ ଏକ ହାତୀପଲ ଆସି ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ଡେରା ପକାଇଛନ୍ତି । ଖେମୁଣ୍ଡି କଲେଜ ନିକଟସ୍ଥ ମୌଳାଭଞ୍ଜା ରାଧାନଗର ଗାଁର ବାବୁ ଗୌଡ଼ ଏବଂ ମଧୁସୂଦନ ଗୌଡ଼ଙ୍କ ସମେତ ଅନ୍ୟ ଚାଷୀ ମାନଙ୍କର ପ୍ରାୟ ୧୦ ଭରଣରୁ ଉର୍ଦ୍ଧ୍ବ ଚାଷ ଜମିର ଧାନ ଫସଲ ହାତୀ ପଲ ଦଳି ଚକୁଟି ନଷ୍ଟ କରିଦେଇଛନ୍ତି । ସୋମବାର ସକାଳୁ ଚାଷୀ ମାନେ ନିଜ ନିଜ ଚାଷ ଜମିରେ ନଷ୍ଟ ହୋଇଥିବା ଫସଲ ଏବଂ ହାତୀର ମଳ ଦେଖି ଦିଗପହଣ୍ଡି ବନ ବିଭାଗକୁ ଖବର କରିଥିଲେ । ବନ ବିଭାଗ କର୍ମଚାରୀମାନେ ଚାଷ ଜମିରେ ସ୍ଥିତି ଦେଖି ରିପୋର୍ଟ ଲେଖି ଫେରିଛନ୍ତି । ସବୁ ବର୍ଷ ଖରିଫ ୠତୁ ଅନ୍ତ ସମୟରେ ହାତୀ ପଲ ଆସି ଫସଲ ନଷ୍ଟ କରୁଥିବା ବେଳେ ଚଳିତ ବର୍ଷ ହାତୀ ପଲ ଆଗୁଆ ଆସିଯାଇଥିବା ବେଳେ ବିଲରେ ଧାନ ଫସଲ ଲାଗିଥିବା ବେଳେ ଧାନ ଫୁଲ ଧରିଥିବା ସମୟରେ ହିଁ ହାତୀପଲ ଉପଦ୍ରବରେ ଫସଲ ସବୁ ନଷ୍ଟ ହୋଇଯାଇଛି । ତେବେ ଚାଷୀମାନେ କ୍ଷତିପୁରଣ ଦାବି କରିଛନ୍ତି । ରତ୍ନେଇ ଜଙ୍ଗଲରୁ ୯ଟି ହାତୀ ଦିଗପହଣ୍ଡି ବନାଞ୍ଚଳକୁ ଆସିଯାଇଥିବା ସୂଚନା ମିଳିଛି ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment