ଦିଗପହଣ୍ଡି, ୦୪/୦୯(ପିପିଟି); ଦିଗପହଣ୍ଡି ସହରରେ ପ୍ରଥମ ଥର ପାଇଁ ବାଜାଜ ଫାଇନାନ୍ସ ଲିମିଟେଡ଼ ଦିଗପହଣ୍ଡି ଅଞ୍ଚଳର ଗ୍ରାହକ ମାନଙ୍କ ପାଇଁ ସୁବର୍ଣ୍ଣସୁଯୋଗ ଆଣି ଦେଇଛି । କୋଭିଡି ନିୟମ ଅନୁଯାୟୀ ଦିଗପହଣ୍ଡି ନୂଆଁ ବସଷ୍ଟାଣ୍ଡ ମେଇନ ରୋଡ ନିକଟରେ (ଏମ.ଏମ.ଏସ) ଅଥୋରାଇଜ୍ ସେଲସ୍ ଆଣ୍ଡ ସପୋର୍ଟ ସେଣ୍ଟର ଆଜି ଉଦଘାଟନ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ବାଜାଜ ଫାଇନାନ୍ସର ନେସନାଲ ସେଲେସ୍ ମେନେଜେର ସଞ୍ଜିବ ପାଣିଗ୍ରାହୀ ଉପସ୍ଥିତ ରହି ଦିଗପହଣ୍ଡି ଅଞ୍ଚଳର ପ୍ରାୟ ୧୫ ଜଣ ଡିଲରଙ୍କ ସହ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜୋନାଲ ମେନେଜର ପ୍ରିୟ ସରୂପ ତ୍ରିପାଠୀ, ଏରିଆ ମେନେଜର ସଂଗ୍ରାମ ସାମନ୍ତ ରlୟ, ସେଲେସ୍ ମେନେଜର ସୋମ୍ୟ ତ୍ରିପାଠୀ, ପ୍ରୋପାଇଟର ସନ୍ତୋଷ ପାଣିଗ୍ରାହୀ, ସେଲେସ ଷ୍ଟାପ ବିମଳ ସେଠି ଓ ସାଗର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି କରୋନା ସଂକ୍ରମଣ ଘଡିସନ୍ଧିରେ ବଜାଜ଼ ଫାଇନାନ୍ସ ଲୋକଙ୍କ ସେବା ପାଇଁ ଆଗେଇ ଆସିଥିବାରୁ ଅଞ୍ଚଳ ବାସି ଧନ୍ୟବାଦ ଜଣାଇଛନ୍ତି । ଜ଼ିରୋ ପରସେଣ୍ଟ ସୁଦ୍ଧରେ ଗ୍ରାହକ ମାନଙ୍କ ପାଇଁ ଟିଭି, ଫ୍ରିଜ଼,ଏସି, କୁଲର, ୱାସିଂଙ୍ଗ, ମେସିନ ଗ୍ରାହକ ମାନଙ୍କୁ ଯୋଗାଇଦେବ । ପ୍ରାୟ ୧୩ କିଲୋମିଟର ଏରିଆରେ ବାଜାଜ ଫାଇନାନ୍ସ ବିଭିନ୍ନ ପ୍ରୋଡlକ୍ଟ ଯୋଗାଇବ ପାଇଁ ନେସନାଲ ସେଲେସ୍ ମେନେଜର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାସହ ଗ୍ରାହକ ମାନଙ୍କ ପାଖରେ ବାଜାଜ ଅଫିସର ବିଭିନ୍ନ ପ୍ରୋଡକ୍ଟ ରିହାତି ଉପରେ କିପରି ଗ୍ରାହକ ମାନେ ଲାଭ ମାନ ହେବେ ସେ ଉପରେ ଗୋଟିଏ ପ୍ରଚାର ପ୍ରସାର ଗାଡି ଦିଗପହଣ୍ଡି ଅଞ୍ଚଳରେ ବୁଲିଥିଲା । ଏଥିରେ ବହୁ ଗରିବ ଶ୍ରେଣୀର ଲୋକ ମାନେ ଉପକୃତ ହେବେ । ରିପୋର୍ଟ – ଆରତ କୁମାର ହୋତା ।