ଦାଦି ରତ୍ନ ମୋହିନୀଜୀଙ୍କ ତ୍ରୟୋଦଶ ଦିବସରେ ରକ୍ତଦାନ ଶିବିର  ।

 ଭଞ୍ଜନଗର, ୨୦/୦୪(ପିପିଟି) :  ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦୀ ରତ୍ନ ମୋହିନୀଜୀ ଙ୍କ ତ୍ରୟୋଦଶ ଦିବସ ପାଳନ ଅବସରରେ ଶାନ୍ତି ସ୍ରୋତ ଭବନ, ନୀଳାଦ୍ରି ବିହାର -୨ ଲେନ, ଭଞ୍ଜନଗର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ଯ ଅତିଥି ଭାବେ ଡ଼ଃ ସତୀଶ ମୋହନ ପାଢୀ ଯୋଗଦାନ କରି ରକ୍ତଦାନ ଶିବିର ଉଦଘାଟନ କରିବା ସହିତ ଦାଦୀଜୀଙ୍କ ଫଟୋରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ  । ବର୍ତ୍ତମାନ ପରିସ୍ଥିତିରେ ରକ୍ତର ଆବଶ୍ୟକତା ଦୂର୍ମୂଲ୍ଯ ହୋଇପଡ଼ିଛି।ଏଣୁ ଆମେ ସମସ୍ତେ ‘ରକ୍ତଦାନ ମହତ୍ ଦାନ’ ଭଳି କାର୍ଯ୍ୟରେ ନିଜକୁ ସାମିଲ୍ କରିବା ବୋଲି ଶ୍ରୀ ପାଢ଼ୀ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ରକ୍ତ ଭଣ୍ଡାର, ଭଞ୍ଜନଗର ତରଫରୁ ବିପିନ୍ କୁମାର ପାଣିଗ୍ରାହୀ, ଲକ୍ଷ୍ମୀ ନୃସିଂହ ମାଝି, ଇତି ଶ୍ରୀ ତ୍ରିପାଠୀ,ସିମାଞ୍ଚଳ ସେଠୀ ସହଯୋଗ କରିଥିଲେ । କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ସନ୍ତୋଷିନୀ ଦେବୀ ସଂସ୍ଥାର ବିଭିନ୍ନ ବିଭାଗ ସାରା ବିଶ୍ବରେ କିପରି ସେବା ଯୋଗାଇ ଆସୁଅଛି ତାର ବିଶଦ ବ୍ୟାଖ୍ୟା କରିଥିଲେ । ନିଶାମୁକ୍ତ, ମାନସିକ ଚାପ ମୁକ୍ତ, କୃଷିଭିତ୍ତିକ ସେବା ସହିତ ରକ୍ତଦାନ ଭଳି କାର୍ଯ୍ୟକ୍ରମ କରିଆସୁଛି। ବ୍ରହ୍ମା କୁମାର ବୈକୁଣ୍ଠ ସଭା ପରିଚାଳନା କରିଥିଲେ। ବ୍ରହ୍ମା କୁମାର ଅକ୍ଷୟ, ବ୍ରହ୍ମା କୁମାରୀ ଅଲିଭା,ଅନୀତା, ପ୍ରାପ୍ତି, ପିଙ୍କି ଓ ଅନ୍ୟମାନେ ସହଯୋଗ କରିଥିଲେ। ୨୦ରୁ ଉର୍ଦ୍ଧ୍ବ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment