ଦାଦାର କଟା ମୁଣ୍ଡ ଧରି ଫାଣ୍ଡିରେ ହାଜର ପୁତୁରା ।

କେନ୍ଦୁଝରଗଡ,୧୨/୦୪: ସଦର ଥାନା ଶୁଆକାଠି ଫାଣ୍ଡି ଅନ୍ତର୍ଗତ ତଳକଇଁସାରି ଗ୍ରାମର ଘଟିଛି ଏକ ଅଭାବନୀୟ ଘଟଣା । ଘରୋଇ ଝଗଡ଼ାରୁ ଶୁକ୍ରବାର ବିଳମ୍ବିତ ରାତ୍ରୀରେ କକା ହରି ଦେହୁରୀକୁ ଟାଙ୍ଗିଆରେ ହାଣିଲା ପୁତୁରା କବି ଦେହୁରୀ। ଟାଙ୍ଗିଆରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରିବା ପରେ ଫାଣ୍ଡିରେ କକାର ମୁଣ୍ଡକୁ ଧରି ହାଜର ହୋଇଛି ପୁତୁରା। ପୁତୁରାକୁ ପୁଲିସ ଗିରଫ କରିଥିବା ବେଳେ ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଏହି ଘଟଣା ପୁତୁରା ଘଟାଇଛି ସେନେଇ ତଦନ୍ତ କରିବା ପରେ ଜଣାପଡିବ ବୋଲି ପୁଲିସ ପ୍ରକାଶ କରିଛି।

Comments (0)
Add Comment