ବୋଲଗଡ,୨୦/୦୪(ପିପିଟି): ବୋଲଗଡ ବ୍ଲକ ଶିକ୍ଷା ଅନ୍ତର୍ଗତ ଅସରଳା ଗ୍ରାମପଞ୍ଚାୟତ ସ୍ଥିତ ଅସରଳା ଗ୍ରାମରେ ଦେଖିବାକୁ ମିଳୁଛି ଅଭାବନୀୟ ଘଟଣା ।ଦେଶ ହେଉ ଅବା ରାଜ୍ୟ ଶିଶୁ ମୃତ୍ୟୁହାର ରୋକିବା ସହ ମା ଓ ଶିଶୁର ସୁରକ୍ଷା ତଥା ଯତ୍ନ ପାଇଁ ସରକାର କାର୍ଯ୍ୟକାରୀ କରିଛନ୍ତି ଶିଶୁ ବିକାଶ ଯୋଜନା । ଏହି ଯୋଜନାରେ ପାଞ୍ଚବର୍ଷରୁ କମ୍ ବୟସର ଶିଶୁ ମାନଙ୍କ ପାଇଁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ମାଧ୍ୟମରେ ଅକ୍ଷର ଚିହ୍ନିବା ଓ ଶାରୀରିକ ସ୍ବାସ୍ଥ୍ୟ ପାଇଁ ପୃଷ୍ଟିକର ଖାଦ୍ୟ ଯୋଗାଇବାକୁ ଅଙ୍ଗନୱାଡ଼ି କେନ୍ଦ୍ର କରିଛନ୍ତି । ଏଥି ପାଇଁ ମଧ୍ୟ ପକ୍କା ଘର ନିର୍ମାଣ ଲାଗି ପ୍ରଚୁର ଟଙ୍କା ସରକାରଙ୍କ ପାଣ୍ଠିରୁ ଆସୁଛି ।କିନ୍ତୁ ଅସରଳା ଗ୍ରାମରେ ଚାରୋଟି ଅଙ୍ଗନୱାଡି କେନ୍ଦ୍ର ଅଛି ହେଲେ ଏହା ସରକାରଙ୍କ କାଗଜପତ୍ର ମାଧ୍ୟମରେ ଯେଉଁଥି ପାଇଁ ଆସିଛି ଟଙ୍କା ମାତ୍ର ଦଶବର୍ଷ ହେଲାଣି ସରିପାରୁନି କାମ କାହାର ସ୍ବାର୍ଥ ପାଇଁ ହୋଇପାରୁନି ନା ପ୍ରଶାସନର ଖାମଖିଆଲ ମନୋଭାବ ରହୁଛି ।ଏହି କୋମଳ ମତି ଶିଶୁଙ୍କ ଭାଗ୍ୟ ସହିତ ଆଉ କେତେ ଦିନ ଖେଳାଯିବ ଅଥବା ସ୍କୁଲ ବାରଣ୍ଡାରେ ଶିକ୍ଷା ପାଇଁ ଆଶ୍ରୟ କରିବେ ।କେବେ ନିର୍ମାଣ ସରିବ।ସରକାରଙ୍କ ପକ୍ଷରୁ ଶିକ୍ଷା ପ୍ରତି ଅନେକ ଯୋଜନା ରହିଛି ହେଲେ ଏଠି ଅବହେଳିତ ବୋଲି ବୁଦ୍ଧିଜୀବୀ ମହଲରେ ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ କୋମଳ ମତି ଶିଶୁଙ୍କ ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ନ ହେଲେ ଏହାର ଯଥାର୍ଥ ଜବାବ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି କୋମଳ ମତି ଶିଶୁଙ୍କ ଅଭିଭାବକ ମାନେ ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)