ମାଲକାନଗିରି,୩୦/୦୮(ପିପିଟି):ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ରୁ ଗତକାଲି ମଧ୍ୟରାତ୍ରରେ ଏକ ବିରାଟ ଅହିରାଜ ସାପ ଉଦ୍ଧାର ହୋଇଛି। ତେବେ ଏହି ଅହିରାଜଟି ଜଳ ବିଦ୍ୟୁତ କେନ୍ଦ୍ରର ଟରବାଇନ ମେସିନ କଡ଼ରେ ବୁଲୁଥିବା କର୍ମଚାରୀମାନେ ବୁଧବାର ରାତିରର ଦେଖିବାକୁ ପାଇଥିଲେ । କିନ୍ତୁ ଅହିରାଜ ସାପଟି ଜଳ ବିଦ୍ୟୁତ କେନ୍ଦ୍ରର କୈାଣସି ସ୍ଥାପନରେ ଲୁଚି ଯାଇଥିଲା। ଯାହାକି ଦେଖିବା ଅସମ୍ଭବ ହୋଇ ପଡ଼ିଥିଲା । ଗତ କାଲି ପୁଣି ମଧ୍ୟରାତ୍ରରେ କର୍ମଚାରୀମାନେ ଅହିରାଜ ସାପଟିକୁ ଦେଖିବାକୁ ପାଇଥିଲେ। ଫଳରେ ସାପ ଧରାଳି ରାଜେନ୍ଦ୍ର ଖରାଙ୍କୁ ଡକାଇଥିଲେ।ରାଜେନ୍ଦ୍ର ପହଞ୍ଚି ଏହି ବିରାଟ ଅହିରାଜ ସାପଟିକୁ ଧରିବାରେ ସକ୍ଷମ ହୋଇଥିଲେ। ଏହି ଅହିରାଜ ସାପଟି ପ୍ରାୟ ୧୦ ଫୁଟ ଲମ୍ବ ରହିଥିଲା। ତେବେ ଜଳ ବିଦ୍ୟୁତ କେନ୍ଦ୍ର ନିକଟରେ ଘଞ୍ଚ ଜଙ୍ଗଲ ଥିବା ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ପଶିଥିବା କୁହାଯାଇଛି। ତେବେ ଏହି ଅହିରାଜ ସାପଟି ଭିନ୍ନ ପ୍ରଜାତିର ଏକ ବିରଳ ଅହିରାଜ ସର୍ପ ବୋଲି ଚର୍ଚ୍ଚା ହୋଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)