ଦଶ ପରିବାର କୁ ଶହେଲୋକ ଗୋଟିଏ କୂଅ, ଜଳ ସମସ୍ୟା ରେ ଗ୍ରାମବାସୀ।

ବୋଲଗଡ,୦୪/୦୬(ପିପିଟି): ବୋଲଗଡ ବ୍ଲକ ପିଚୁକୁଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଉଳା ଗ୍ରାମର ୧ନମ୍ବର ୱାର୍ଡ଼ ଟାଙ୍ଗୀସାହି ୧୦ଟି ପରିବାର୧୦୦ ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକମାନେ ବସବାସ କରୁଅଛନ୍ତି । ଟାଙ୍ଗୀସାହି ଗ୍ରାମରେ କୌଣସି ନଳକୂପନାହିଁ ଓ ୧ଟି ପୁରାତନ କୂପ ରହିଅଛି। ଖରାଦିନେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଏହି ପୁରାତନ କୂପର ପାଣି ଶୁଖିଯାଉଛି। ଫଳରେ ପାନୀୟ ଜଳବିନା ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକମାନେ ଡହଳ ବିକଳ ହେଉଅଛନ୍ତି । ରାଜ୍ୟସରକାରଙ୍କ “ବସୁଧା “ଯୋଜନାରେ ଟାଙ୍ଗୀସାହି ଗ୍ରାମକୁ ପାନୀୟ ଜଳଯୋଗାଣ ନିମନ୍ତେ ପାଣିପାଇପ ବ୍ୟବସ୍ଥା ଥିଲେ ମଧ୍ୟ ଲୋକମାନେ ପାଣିଟୋପାଏ ପାଇପାରୁନାହାନ୍ତି।ଗିରିଗିରିଆ ଗ୍ରାମଠାରେ ଲୋକମାନଙ୍କୁ ସ୍ଥାନୀୟ ଜଳ ଯୋଗାଇ ଦେବାପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସଂସ୍ଥାତରଫରୁ ଲକ୍ଷାଧିକ ଟଙ୍କାରେ ବସୁଧା ଯୋଜନାରେ ପାଣିଟାଙ୍କି ନିର୍ମାଣ କରାଯାଇଅଛି।ଏହି ପାଣିଟାଙ୍କିରୁ ଗିରିଗିରିଆ, ଏକଡାଲିୟା,ସିଉଳା ଗ୍ରାମଗୁଡିକୁ ପାନୀୟ ଜଳଯୋଗାଣ ବ୍ୟବସ୍ଥାନିୟମ ରହିଅଛି l କିନ୍ତୁ ପାଣିପାଇପ ମଟର ଚାଳକ ସିଉଳା ଟାଙ୍ଗୀସାହି ଗ୍ରାମବାସୀ ମାନଙ୍କୁ ଠିକ୍ ରେ ପାନୀୟ ଜଳଯୋଗାଣ କରୁନଥିବାରୁ ଲୋକମାନେ ପାନୀୟ ଜଳ ବିନା ନାନା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି।ଗିରିଗିରିଆ ଓ ସିଉଳା ଗ୍ରାମର ଲୋକ ମାନେ ପାଇପରେ ମଟର ଫିଟଙ୍ଗି କରି ପିଇବା ପାଣିକୁ କୁକୁଡ଼ା ଫାର୍ମ,ଫସଲ ଓ ଘର ତିଆରି ପାଇଁ ସରକାରୀ ପାଣି ଟାଙ୍କି ରୁ ପାଣିପାଇପ ଯୋଗେ ପାନୀୟ ଜଳ ନେଉଅଛନ୍ତି ବୋଲି ଲୋକମାନେ ବିଡ଼ିଓ ଧୋବେଇ ନାୟକଙ୍କୁ ଲିଖିତ ଅଭିଯୋଗ କରିଅଛନ୍ତି। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେଉ ଥିଲେ ମଧ୍ୟ ପିଚୁକୁଳି ଗ୍ରାମ ପଞ୍ଚାୟତ ରେ ତାହା ବିଫଳ ଘଟିଅଛି। ଟାଙ୍ଗୀସାହି ଗ୍ରାମ ବାସୀମାନେ ପାନୀୟଜଳ ପାଇବାପାଇଁ ଏକ ଲିଖିତ ଅଭିଯୋଗ ପିଚୁକୁଳି ସରପଞ୍ଚ ଜୟନ୍ତୀ ପ୍ରଧାନ ଓ କାର୍ଯ୍ୟ ନିର୍ବାହ ଅଧିକାରୀ ଯୋଗେନ୍ଦ୍ରନାଥ ସାହୁଙ୍କୁ ଦେଇଥିଲେ ମଧ୍ୟ ସେମାନେ ଏଥିପ୍ରତି କୌଣସି ଗୁରୁତ୍ୱ ଦେଉନାହାନ୍ତି। ତେଣୁ ଟାଙ୍ଗୀସାହି ଗ୍ରାମବାସୀ ମାନେ ପାନୀୟଜଳ ଯୋଗାଣ ନିମନ୍ତେ ଏକ ଲିଖିତ ଅଭିଯୋଗ ବିଡ଼ିଓ ଧୋବେଇ ନାୟକଙ୍କୁ ଦେଇଅଛନ୍ତି। ପାନୀୟ ଜଳ ନମିଳିବାରୁ ଲୋକମାନେ ବାଧ୍ୟ୍ୟହୋଇ ଏକ କିଲୋମିଟର ଦୂରରେ ଥିବା ପୋଖରୀର ମଇଳାପାଣି ବ୍ୟବହାର କରୁଅଛନ୍ତି l ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ହରିଜନ ଓ ଆଦିବାସୀ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଅଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment