ଦଳିତ ଝିଅ ପ୍ରମୋଦିନିକୁ ତ୍ୱରିତ ନ୍ଯାୟ ସହ ସ୍ୱତନ୍ତ୍ର ତଦନ୍ତ ବ୍ଯବସ୍ଥା ଦାବି କଲେ ରାଜ୍ଯ ସଂପାଦିକା ପିଙ୍କି ।

ଦିଗପହଣ୍ଡି,୨୦/୧୦(ପିପିଟି);ରାଜ୍ଯ ରାଜନୀତିର ପ୍ରମୂଖ ଭୂମିକା ନିର୍ବାହ କରୁଥୁବା ମୂଖ୍ଯମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ତଥା ବାଚସ୍ପତ୍ତିଙ୍କ ନିର୍ବାଚନ ମଣ୍ଡଳୀର ଦେଓଖାଳି କଣ୍ଟେଇଯୋଡି ନଦୀ ମଧ୍ଯରେ ଦଳିତ ଉଚ୍ଚ ଶିକ୍ଷିତ ଝିଅ ପ୍ରମୋଦିନ ନାୟକକୁ ଦୁଷ୍କର୍ମ ଉଦ୍ଯମ ସହ ହତ୍ଯା ଘଟଣା ଘଟି ୫ମାସ ବିତିଯାଇଥିଲେ ମଧ୍ଯ ପୋଲିସ ପ୍ରଶାସନର ହାତ ଖାଲି। ପ୍ରଥମେ ଘଟଣାକୁ କେଉଁ ଉଦ୍ଦେଶ୍ଯରେ ମୋଡ ବଦଳାଇବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ତାହାକୁ ଏକ ଅଜଣା ଅପମୃତ୍ଯୁ ମାମଲା କରି ଶୀତଳ ଭଣ୍ଡାରକୁ ପିଙ୍ଗି ଦେଇଥିଲା। ପରବର୍ତ୍ତି କ୍ଷେତ୍ରରେ ବିଭିନ୍ନ ଦିଗରୁ ସ୍ୱର ଉତ୍ତୋଳନ ହେବା ସହ ଭାରତୀୟ ଜନତା ପାର୍ଟିର ବହୁ କାର୍ଯ୍ଯକର୍ତ୍ତା ମାନେ ଆନ୍ଦୋଳନାତ୍ମକ ପନ୍ଥା ତୃଣମୂଳ ସ୍ତରରେ ଆପଣାଇଲା ପରେ ମାମଲାକୁ ହତ୍ଯା ମାମଲାରେ ପରିଣତ କରି ତଦନ୍ତକୁ କାଠଘୋଡାରେ ବସାଇ ଦିଆଗଲା। ଯେହେତୁ ଅନେକ ଦଳିତ ଝିଅଙ୍କ ଦୁଷ୍କର୍ମ ଓ ହତ୍ଯାକୁ ଚାପିବାରେ ରାଜ୍ଯସରକାରଙ୍କ ହାତବାରିସୀ ଗୃହବିଭାଗର ପୋଲିସ ଚୁପରହି ପ୍ରମୋଦିନିକୁ ମଧ୍ଯ ନ୍ଯାୟ ଦେବାକୁ ଆଗଭର ପ୍ରଦର୍ଶନ ନକରି ୬ମାସ ପୁରିବାକୁ ଯାଉଛି। ଏହାକୁ ଭାରତୀୟ ଜନତା ପାର୍ଟିର ସମ୍ପାଦିକା ତଥା ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ବିଧାୟିକା ପାର୍ଥି ଦଳିତ ଝିଅର ପରିବାରକୁ ନ୍ଯାୟଦେବା ପାଇଁ ରାଜ୍ଯର ଶୀର୍ଷ ବ୍ଯବସ୍ଥାରେ ପହଞ୍ଚାଇଛନ୍ତି। ଆଜି ପ୍ରବକ୍ତା ସୋନାଲି ସାହୁଙ୍କ ସମେତ କୋଭିଡ ସର୍ତ୍ତାବଳୀ ମୁତାବକ ସଂଖ୍ଯକ ମହିଳା ଓ ଦିଗପହଣ୍ଡି ଅଞ୍ଚଳର ଯୁବକର୍ମୀ ଅନନ୍ତ ମହାନ୍ତି ମାନବାଧିକାର ଆୟୁକ୍ତଙ୍କ ସାକ୍ଷାତ କରି ସ୍ୱତନ୍ତ୍ର ତ୍ୱରିତ ନ୍ଯାୟ ପାଇଁ ଦାବି ରଖିଛନ୍ତି। ମାମାଲାକୁ ଆୟୁକ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ଗ୍ରହଣ କରିବା ସହ ମାମଲା ନଂ ୨୭୧୧/୨୦ରେ ପଞ୍ଜିକୃତ କରିବା ସହ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କଥା ରଖିଛନ୍ତି।

(ରିପୋର୍ଟ- ସାଇଦୀପ୍ ପୂଜାରୀ। )

Comments (0)
Add Comment