ଏରସମା,୦୮/୦୭(ପିପିଟି); ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ମିଳିତ ଆହ୍ୱାନରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ର ଅହେତୁକ ମୂଲ୍ୟ ବୃଦ୍ଧି ତତ ସହିତ ନିତ୍ୟବ୍ୟବହାର୍ଯ୍ୟ ଦେଶବ୍ୟାପୀ ପ୍ରତିବାଦ ଦିବସପାଳିତ ହୋଇଯାଇଛି । ଏରସମା ଠାରେ କୃଷକ ସଭାର ବ୍ଲକ ସମ୍ପାଦକ ରାମଚନ୍ଦ୍ର ମୁଦୁଲି ଓ ସଭାପତି ଦାମୋଦର ବେହେରାଙ୍କ ନେତୃତ୍ୱରେ ରମାକାନ୍ତ ଭବନରୁ ଏକ ପଟୁଆର ବଜାର ପରିକ୍ରମା କରିବା ପରେ ଏରସମା ବଜାର ରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାରେ କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ, ପାର୍ଟିର ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ ପ୍ରମୁଖ ବକ୍ତବ୍ୟ ରଖି ତୁରନ୍ତ ଦରଦାମ ହ୍ରାସ କରିବାକୁ ଦାବୀ କରିବା ସହିତ କେନ୍ଦ୍ର ସାକାରଙ୍କ ଜନବିରୋଧୀ ନୀତିକୁ ଦୃଢ଼ ଭାବରେ ସମାଲୋଚନା କରିଥିଲେ ଓ ପେଟ୍ରୋଲ ଡିଜେଲକୁ ସରକାରୀ ନିୟନ୍ତ୍ରଣକୁ ଆଣିବାକୁ ଦାବୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷକ ନେତା ବଇଁଶୀଧର ବେହେରା, ଶରତ ମଲ୍ଲିକଙ୍କ, ଅମରେନ୍ଦ୍ର ଦାସ, ସମରେଶ ମୁଦୁଲି, ବାମର ଗୁରୁ, ବିଜୟ ବେହେରା ପ୍ରମୁଖ ଆନ୍ଦୋଳନ ପରିଚାଳନା କରିଥିଲେ ।