ଦନ୍ତେୱାଡା ପୋଲିସ ନିକଟରେ ୨୬ ମାଓବାଦୀଙ୍କ ଆତ୍ମସମର୍ପଣ ।

ମାଲକାନଗିରି, ୧୫/୦୪(ପିପିଟି) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଅନ୍ତର୍ଗତ ଦନ୍ତେୱାଡା ପୋଲିସ ନିକଟରେ ୨୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କିସ୍ତରାମ, ଭୈରମଗଡ, ମାଲାଙ୍ଗେର ଏବଂ କଟେକଲ୍ୟାନ ଅଞ୍ଚଳର ମାଓ କମିଟିରେ ସକ୍ରିୟ ସଦସ୍ୟମାନେ ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଦନ୍ତେୱାଡା ପୋଲିସ କାର୍ଯ୍ୟାଳୟ ରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି । ଏହି ସମସ୍ତ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିବା ବେଳେ ଅନେକ ହିଂସାକାଣ୍ଡ ରେ ସଂପୃକ୍ତ ଥିଲେ ।ତେବେ ମାଓ ସଙ୍ଗଠନ ଧିରେ ଧିରେ ନିଜର ସ୍ଥିତି ହରାଇବା ସହ ଦୁର୍ବଳ ହୋଇ ପଥ ଭ୍ରଷ୍ଟ ହୋଇଥିବାରୁ ଏମାନେ ସାଧାରଣ ଜୀବନ ଯାପନ ପାଇଁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି । ଆତ୍ମସମର୍ପଣ କାରୀ ମାଓବାଦୀ ଙ୍କ ମଧ୍ୟରେ ଜଣେ ୧ଲକ୍ଷ ଇନାମୀ କ୍ୟାଡ଼ର ମାଓବାଦୀ ଥିବାବେଳେ ଅନ୍ୟ ମାନେ ମାଓ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଆତ୍ମସମର୍ପଣ ପରେ ସରକାରୀ ନୀତି ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି ଦନ୍ତେୱାଡା ଏସପି ଗୌରବ ରାୟ ପ୍ରକାଶ କରିଛନ୍ତି । ତେବେ ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ସ୍ଥାନୀୟ ପୋଲିସ ଆହ୍ବାନ ଦେଇ ଶାନ୍ତି ପୂର୍ଣ୍ଣ ଜୀବନ ଯାପନ ଲାଗି ସଚେତନତା କରିଛି। ଏଣୁ ଏହି କଥାରେ ପ୍ରଭାବିତ ହୋଇ ୨୬ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତନ୍ମଧ୍ୟରୁ ୨୦ ଜଣ ପୁରୁଷ ଓ ୬ ଜଣ ମହିଳା ମାଓବାଦୀ ରହିଥିବା ଜଣା ପଡ଼ିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment