ଦନ୍ତା ହାତୀର ମୃତ୍ୟୁ,କାରଣ ଅସ୍ପଷ୍ଟ ।

ରେଢ଼ାଖୋଲ,୧୮/୧୧:ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅନ୍ତର୍ଗତ ବଡ଼କୁଡା ଗ୍ରାମ୍ୟ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୂଚନା ମତେ ସୋମବାର ରାତିରେ ଏହି ରେଞ୍ଜ ଅନ୍ତର୍ଗତ ବଡକୁଡା ଗ୍ରାମ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଏକ ବିରାଟ କାୟ ଦନ୍ତା ହାତୀ ମୃତ୍ୟୁ ହୋଇଥିବା ଖବର ପ୍ରଚାର ହୋଇଥିଲା। ଏନେଇ ବଡ଼ବାହାଳ ରେଞ୍ଜ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚି ହାତୀ ମୃତ୍ୟୁର କାରଣ ନେଇ ତଦନ୍ତ ଚଳାଇଛନ୍ତି। ହେଲେ ହାତୀ ଦାନ୍ତ ସୁରକ୍ଷିତ ରହିଥିବା ବେଳେ ହାତୀ ଦେହରେ କୌଣସି କ୍ଷତ ଚି଼ହ୍ନ ମଧ୍ୟ ନଥିବା ବନ କର୍ମଚାରୀ ମାନେ କହୁଛନ୍ତି। ତେବେ ହାତୀଟି ର ଆନୁମାନିକ ବୟସ ୨୦ ରୁ ଉର୍ଦ୍ଧ ହୋଇଥିବା ବେଳେ ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ ସୂଚନା ଦେଇଛି।

Comments (0)
Add Comment