ଭଞ୍ଜନଗର,୩୧/୦୩(ପିପିଟି):ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକ ଗେରେଡା ପଞ୍ଚାୟତ ମାଣ ପୁର ଗ୍ରାମରେ ଗତକାଲି ରାତିରେ ଏକ ଦନ୍ତାହାତୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଉପଦ୍ରବ ଚଳାଇ ଥିଲା।ଏହା ଦେଖି ଗ୍ରାମବାସୀ ମାନେ ନିଜକୁ ଅସୁରକ୍ଷିତ ମନେ କରି ଆତଙ୍କିତ ଅବସ୍ଥାରେ ଥିଲେ।ଉକ୍ତ ଦନ୍ତାଟି ଗ୍ରାମରେ ଏଣେତେଣେ ଘୁରି ବୁଲିବା ସହ ପ୍ରାୟ ୭/୮ଜଣଙ୍କ ଘରର କବାଟ ଭାଙ୍ଗି ଧାନ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି ଛତୁଆ ବସ୍ତା ନେଇ ଖାଇଥିବା ଜଣାପଡିଛି।ଦନ୍ତାଟି ଆଠଗଡ଼ ବନଖଣ୍ଡରୁ ଏଠାକୁ ଆସିଥିବା ଅନୁମାନ କରାଯାଉଛି। ବନ ବିଭାଗ ହାତୀର ଗତିବିଦ୍ଧି ଉପରେ ନଜର ରଖିଥିବା ଜଣାପଡ଼ିଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )