ପୋଲସରା,୧୦/୦୧ (ପିପିଟି): ଆଜି ମାଘ ମାସ କୃଷ୍ଣ ପକ୍ଷ, ଅଷ୍ଟମୀ ତିଥି ଦିବସରେ ପୋଲସରା ବ୍ରାହ୍ମଣ ସାହି ସ୍ଥିତ ଶ୍ରୀ ଦଧିବାମନ ସ୍ଵାମୀଙ୍କ ମନ୍ଦିରରେ ସ୍ଵଳ୍ପ ବର୍ଷ ଭଳି ପହଲି ଭୋଗ ଆସର କାର୍ଯ୍ୟକ୍ରମ କରାଯାଇଥିଲା। ମନ୍ଦିର ଟ୍ରଷ୍ଟ ତରଫରୁ ଆୟୋଜିତ ଏହି ମିଳନ କାର୍ଯ୍ୟକ୍ରମକୁ ପ୍ରଶାସନିକ ଅଧିକାରୀ, ଷ୍ଟାଫ୍, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ଆଇନଜୀବୀ, ବୁଦ୍ଧିଜୀବୀ, କଳାକାର, ସଂଗଠକ, ସ୍ଵେଚ୍ଛାସେବୀ, ବ୍ୟାପାରୀ, ସମାଜସେବୀ ଏବଂ ସାଧାରଣ ଜନତାମାନେ ଯୋଗଦେଇ ଠାକୁରଙ୍କୁ ଦର୍ଶନ ସହିତ ଆଶୀର୍ବାଦ ଲାଭ କରି ମହାପ୍ରସାଦ ସ୍ଵରୂପ ପାରମ୍ପରିକ ପହଲି ଭୋଗ ସେବନ କରିବାର ସୌଭାଗ୍ୟ ଲାଭ କରିଥିଲେ। ଏହି ସେବା କାର୍ଯ୍ୟରେ ଟ୍ରଷ୍ଟର କର୍ମକର୍ତ୍ତା ଏବଂ ସ୍ଵେଚ୍ଛାସେବୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା