ଦଣ୍ଡଯାତ୍ରାରେ କଟକଣା ସମ୍ପର୍କରେ ସୂଚନା ଦେଲେ ଉପଜିଲ୍ଲାପାଳ, ପୁଣି ହେବ ମାସ୍କ ଚେକିଙ୍ଗ୍।

ଭଞ୍ଜନଗର,୧୬/୦୩(ପିପିଟି);ଆଗକୁ ଆସୁଛି ଦଣ୍ଡଯାତ୍ରା ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଅନୁମତି ମିଳିଥିଲେ ମଧ୍ୟ କରୋନା ସକାଶେ କେତେକ କଟକଣା ଲାଗୁ କରାଯାଇଛି। ଆଜି ଏସମ୍ପର୍କରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି।ଭଞ୍ଜନଗର ଉପଖଣ୍ଡରେ ଦଣ୍ଡଯାତ୍ରା ସମୟରେ ସମସ୍ତ ଭକ୍ତ, ଦଣ୍ଡୁଆମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଥିବା ବେଳେ ଆୟୋଜକ କୋଭିଡ଼ ନିୟମ ପାଳନ କରିବା ସହ ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର କରିବେ। ଏଥିସହ ଥର୍ମାଲ ସ୍କାନରରେ ଭକ୍ତ ଓ ଦଣ୍ଡୁଆ ଙ୍କସ୍କାନ କରାଯିବ। ଜ୍ୱର, ଥଣ୍ଡା, କାଶ, ଫ୍ଲୁ ଭଳି ଲକ୍ଷଣ ଥିବା ବ୍ୟକ୍ତି ଏବଂ ବୟସ୍କ,ଛୋଟ ପିଲା ଓ ଗର୍ଭବତୀ ମହିଳାମାନଙ୍କ ଙ୍କୁ ଦୁରେଇ ରଖାଯିବ।କେବଳ ଖୋଲା ସ୍ଥାନରେ ଯାତ୍ରା ହେବା ସହ ଡିଜେ ଓ ୬୦ୱାଟ ରୁ ଅତ୍ୟଧିକ ଶବ୍ଦ ନକରିବା ପାଇଁ ନିର୍ଦ୍ଦେଶ ରହିଛି। ପ୍ରସାଦ ସେବନ ଓ ବିକ୍ରୀକୁ ମନା କରାଯାଇଛି।ଯାତ୍ରା ନିକଟରେ କୌଣସି ଦୋକାନ ବଜାର ଖୋଲାଯିବ ନାହିଁ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅନ୍ୟ ଜିଲ୍ଲା କଳାକାର, ରେକର୍ଡ଼ ଡ୍ୟାନ୍ସ ଓ ଅପେରା କୁ ପ୍ରଶ୍ରୟ ଦିଆଯିବ ନାହିଁ।ତାପମାତ୍ରା ବୃଦ୍ଧି ଯୋଗୁଁ ଦିନ ୧୧ଟା ଠାରୁ ୩ଟା ପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ।ଯାତ୍ରାରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ମିଳିବ। ଏହି ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ଉପଜିଲ୍ଲାପାଳ ମିଞ୍ଜ କହିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment