ଦକ୍ଷିଣାଞ୍ଚଳ ଡିଆଇଜି ଓ ଏସପିଙ୍କ କୋଦଳା ଥାନା ପରିଦର୍ଶନ; ସୁମଣ୍ଡଳ ଗୁଳିକାଣ୍ଡର ସମୀକ୍ଷା।

କୋଦଳା,୨୪/୦୧(ପିପିଟି); ଆଜି ଦକ୍ଷିଣାଞ୍ଚଳ ଡିଆଇଜି ବ୍ରହ୍ମପୁର ସତ୍ୟବ୍ରତ ଭୋଇ ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ କୋଦଳା ଥାନା କୁ ଆସି ସୁମଣ୍ଡଳ ଠାରେ ଗୁଳିକାଣ୍ଡରେ ମୃତ୍ୟୁ ଘଟଣାର ତଦନ୍ତ ଉପରେ ସମୀକ୍ଷା କରି ଫେରିଛନ୍ତି । ଉକ୍ତ ଘଟଣାରେ କୋଦଳା ପୋଲିସ ତରଫରୁ ପର୍ଯ୍ୟାୟ କ୍ରମେ ଆଜିସୁଦ୍ଧା ଦଶ ବାର ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲୁ ରହିଛି, ଖୁବ ଶୀଘ୍ର ଅପରାଧୀ ଧରାପଡ଼ିବେ ବୋଲି ଥାନା ସୂତ୍ରରୁ ଖବର ମିଳିଛି । ପ୍ରକାଶ ଥାଉ କି ଗତ ୨୦ ତାରିଖରେ ସୁମଣ୍ଡଳ ବଜାର ଉପରେ ଥିବା ଏକ ଚା ଦୋକାନ ସମ୍ମୁଖରେ ପୂର୍ବତନ ବେଗୁନିଆପଡ଼ା ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଦୁର୍ବୁତ୍ତ ମାନେ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment