ଦକ୍ଷିଣାଞ୍ଚଳ ଉପନିର୍ଦେଶକ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ ।

୧୧/୦୧(ପିପିଟି) ଦକ୍ଷିଣାଞ୍ଚଳ ଉପନିର୍ଦେଶକ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଗୁରୁବୀର ସିଂ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ୧୯୯୪ ମସିହାରେ ଓଡିଶା ସୂଚନା ସେବାରେ ଯୋଗଦାନ କରି ପ୍ରଥମେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଜୟପୁରରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ କନ୍ଧମାଳ , ଗଜପତି , କଳାହାଣ୍ଡି , ଗଞ୍ଜାମ ଓ ପୁରୀ ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ସୁଚାରୁ ରୂପେ ଦାୟିତ୍ଵ ତୁଲାଉଥିଲେ । ଆଜି ଦକ୍ଷିଣାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଉପନିର୍ଦେଶକ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି । କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ସିଂଙ୍କୁ ସ୍ୱାଗତ ଜଣାଇଥିଲେ । ସେ ଜଣେ ଅଭିଜ୍ଞ , ଦାୟିତ୍ୱବାନ , କର୍ତ୍ତବ୍ୟ ନିଷ୍ଠ ଓ ମେଳାପୀ ସ୍ଵଭାବୀର ଅଧିକାରୀ ଭାବେ ଜଣାଶୁଣା ।

Comments (0)
Add Comment