ସୁବର୍ଣ୍ଣପୁର ,୧୭/୧୨(ପିପିଟି):ସୁବର୍ଣ୍ଣପୁର କୁଞ୍ଜ ଛକ ନିକଟରେ ତ୍ରି ଦିବସୀୟ ଯୋଗ ବିଜ୍ଞାନ ଚିକିତ୍ସା ଶିବିର ସୋମବାର ଠାରୁ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପତଞ୍ଜଳୀ ରାଜ୍ୟ ଯୋଗ ସମିତି ପ୍ରଭାରୀ ରାଧା ମାଧବ ବହିଦାର ଉପସ୍ଥିତ ରହି ଯୋଗ ଆସନ ପ୍ରାଣାୟାମ ଓ ସୂର୍ଯ୍ୟ ନମସ୍କାର ବିଷୟ ରେ ଯୋଗ ପ୍ରଶିକ୍ଷଣ ଦେଇଥିଲେ । ଦିବ୍ୟ ଉର୍ଜା ସେବା ସମିତି ପ୍ରଭାରୀ ଗୋପାଳ ନେଗି ରାଜ୍ୟ ପ୍ରଭାରୀ ଙ୍କୁ ଫୁଲ ମାଳ ଦେଇ ସ୍ଵାଗତ କରିଥିଲେ । ଜିଲ୍ଲା ଯୋଗ ସମିତି ପ୍ରଭାରୀ ହରିହର ଶତପଥୀ ଓ ଜିଲ୍ଲା ଭାରତ ସ୍ବାଭିମାନ ପ୍ରଭାରୀ ମନୋଜ ପଣ୍ଡା ଙ୍କ ତତ୍ତ୍ଵ।ବଧାନ ରେ ପରେ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ଜିଲ୍ଲା ଯୋଗ ସମିତି ପ୍ରଭାରୀ ସତ୍ୟବାନ ମିଶ୍ର, ଜିଲ୍ଲା କିଶନ ସଭାପତି ଉମାକାନ୍ତ ସାହୁ, ଜିଲ୍ଲା ମହିଳା ପ୍ରଭାରୀ ସବିତା ପଟ୍ଟନାୟକ, ଜିଲ୍ଲା ସୋସିଆଲ ମିଡିଆର ପ୍ରଭାରୀ ଗୋବର୍ଦ୍ଧନ ଦେହୁରୀ, ଜିଲ୍ଲା ମିଡ଼ିଆ ପ୍ରଭାରୀ ମନୋରଞ୍ଜନ ତ୍ରିପାଠୀ, ଜିଲ୍ଲା ଯୁବ ଭାରତ ପ୍ରଭାରୀ ବିଶ୍ୱଜିତ୍ ଚାନ୍ଦ, ସୋନପୁର ତହସିଲ୍ ପ୍ରଭାରୀ ପ୍ରସନ୍ନ କର୍ଣ୍ଣ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । ଏହି ଶିବିର ୧୮ ତାରିଖ ପର୍ଯ୍ୟନ୍ତ୍ ଚାଲିବ ଓ ଅନେକ ଯୋଗ ପ୍ରଶିକ୍ଷକ ଯୋଗଦାନ୍ ର କାର୍ଯକ୍ରମ ରହିଛି । ଏହି ଏହି ଶିବିର କୁ ଯୋଗ୍ ସଂଯୋଜକ ରବୀନ୍ଦ୍ର ଜେନା, କୋଶଳ ଆବାସିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଭାରତ ସ୍ବାଭିମାନ ସହ ପ୍ରଭାରୀ ସଞ୍ଜୟ ସାହୁ, ଯୋଗ ଶିକ୍ଷକ ରାମ ଭକ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିର କୁ ସଫଳ କରିଥିଲେ ।
ରିପୋର୍ଟ- ଶାନ୍ତନୁ କୁମାର କର୍ଣ