ଭଞ୍ଜନଗର, ୧୯/୦୬(ପିପିଟି) : ଭଞ୍ଜନଗର ସହର ଉପକଣ୍ଠ ଲଣ୍ଡେଇ ସାହି ଛେଦାଭୂମି ରାସ୍ତାରେ ଥିବା ତ୍ରିନାଥ ସ୍ୱାମୀ ମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞର ଆୟୋଜନ କରାଯାଇଥିଲା।ମଙ୍ଗଳବାର ହୋଇଥିବା ଘୃତ ଯଜ୍ଞରେ କର୍ତ୍ତା ଭାବେ ରଙ୍କନିଧି ବେହେରା ଓ ପତ୍ନୀ ଭାରତୀ ବେହେରା ଦାୟିତ୍ୱ ନିର୍ବାହ କରିଥିଲେ। ସନ୍ଧ୍ୟାରେ କଳସ ଯାତ୍ରାରେ ବଡ଼ ନଦୀରୁ ଜଳ ସଂଗ୍ରହ, ଅଧିବାସ ପୂଜା, ଅଙ୍କୁରାରୋପଣ ପରେ ଆଜି ସକାଳେ ନାମଯଜ୍ଞ ଶୁଭାରମ୍ଭ ହୋଇଥିଲା।ଗୁରୁବାର ସକାଳେ ଏହାର ସମାପନ ହେବ ବୋଲି ଜଣାପଡ଼ିଛି। ସୋରିଷ ମୁଳି ସ୍ଥିତ ନୃସିଂହ ନାଥ ମଠର ପୂଜକ ଏଥିରେ ପୂଜାକାର୍ଯ୍ୟ ତୁଲାଇଥିଲେ।ଏହି ଧାର୍ମିକ କାର୍ଯ୍ୟରେ ଲାଲ ସିଙ୍ଗ ଓ ଛେଦା ଭୂମି ରୋଡ଼ର ଅଧିବାସୀମାନେ ସହଯୋଗ କରିଥିଲେ।
ରିପୋର୍ଟ- ଜେ କେ ପଟ୍ଟନାୟକ