ବ୍ରହ୍ମପୁର,୦୯/୧୨(ପିପିଟି): ତ୍ରିଧାରା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ଓଡ଼ିଆ ପ୍ରଧ୍ୟାପକ ଡକ୍ଟର ରମେଶ ଚନ୍ଦ୍ର ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭା ଆରମ୍ଭ କରି ଥିଲେ। ଶ୍ରୀ ଭାରତ ପତି ମହାବିଦ୍ୟାଳୟ ସାମନ୍ତିୟାପଲ୍ଲୀ ଗଞ୍ଜାମର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ଅଶୋକ କୁମାର ପଣ୍ଡା ସଭାପତି,ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ନୟାଗଡ଼ର ଗୃହବିଜ୍ଞାନ ଅଧ୍ୟାପିକା ଡକ୍ଟର ମଞ୍ଜୁପ୍ରଭା ଦାସ, ଓଡ଼ିଆ ଅଧ୍ୟାପକ ଲୋକନାଥ ନାୟକ ଓ ସଂସଦର ସହ ସମ୍ପାଦିକା ଗାୟତ୍ରୀ ପାଣିଗ୍ରାହୀ କବିତା ସଂଯୋଜନା କରିଥିଲେ। ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ଅତିଥି ପରିଚୟ, ସ୍ବାଗତ ଭାଷଣ ସହ ମଞ୍ଚ ସଞ୍ଚାଳନ କରିଥିଲେ । ୬୦ ରୁ ଉର୍ଦ୍ଧ୍ବ ବହୁଭାଷୀ କବିତା ପାଠ କରାଯାଇଥିଲା। ଓଡ଼ିଶାର କୋଣ ଅନୁକୋଣରୁ ସାହିତ୍ୟ ପ୍ରେମୀ ଯୋଗଦାନ କରି ଥିଲେ। ଦ୍ବିତୀୟ ଅଧିବେଶନରେ ଆଲୋଚନାଚକ୍ର,ପୁସ୍ତକ ଓ ପତ୍ରିକା ଉନ୍ମୋଚନ, ସମ୍ମାନିତ କରାଯାଇଥିଲା । ଡକ୍ଟର ଇଂ ସଞ୍ଜୟ କୁମାର ପଣ୍ଡାଙ୍କ “ଭିନ୍ନ ଏକ ଭାବହଂସନୀ” କବିତାପୁସ୍ତକ,ଗାୟତ୍ରୀ ପାଣିଗ୍ରାହୀ ଙ୍କ ଉପନ୍ୟାସ “ଉଁଆସ ଜହ୍ନ”, ବଂଶୀଧର ସେଠୀଙ୍କ କବିତା ପୁସ୍ତକ”ପ୍ରୀତି ସମ୍ବେଧିନୀ” ଓ ସଂସଦ ର ମୁଖପତ୍ର “ଭାରତୀ” ର ଶୁଭ ଉନ୍ମୋଚନ ହୋଇଛି। ସଂସଦର ସଭାପତି ଡକ୍ଟର ସୁରେନ୍ଦ୍ର ନାଥ ପାଣିଗ୍ରାହୀ ସଭାପତିତ୍ବ କରିଥିବାବେଳେ,ଦକ୍ଷିଣାଞ୍ଚଳ ନିର୍ଦ୍ଦେଶକ ଉଚ୍ଚଶିକ୍ଷା ବିଭାଗ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ, ମୁଖ୍ୟ ଅତିଥି । ଭଞ୍ଜ ବିହାରର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ପ୍ରଫେସର ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର, ବିଶିଷ୍ଟ ଅତିଥି,ନୀଳଚକ୍ର ସାହିତ୍ୟ ସଂସଦ ବୈଦ୍ଧର ପ୍ରତିଷ୍ଠାତା ସଭାପତି ଡକ୍ଟର ଇଂ ସଞ୍ଜୟ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ନିଜ ନିଜର ମତପ୍ରକାଶ କରିଥିଲେ । କବି ଓ କବିତାର ଧର୍ମ,ଉଦ୍ଦେଶ୍ୟ, ଓଡ଼ିଆ ଭାଷା ଓ ପୁସ୍ତକ ରଚନା ସମ୍ପର୍କରେ ଅନେକ କଥା ଉପସ୍ଥାପନା ପ୍ରଦାନ କରାଯାଇଥିଲା। ପରିଶେଷରେ ବିଜୟ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କରିଥିଲେ । ପ୍ରଫେସର ଡକ୍ଟର ପୃର୍ଣ୍ନଚନ୍ଦ୍ର ମିଶ୍ରଙ୍କୁ ବାବା ବୈଦ୍ୟନାଥ ସ୍ମୃତି ସମ୍ମାନ,ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ର,ବୁଗୁଡାଙ୍କୁ ଇଂ ରଜନୀ କାନ୍ତ ପଣ୍ଡା ସ୍ମୃତି ସମ୍ମାନ, ପଦ୍ମଶ୍ରୀ ଭଗବାନ ସାହୁ ସ୍ମୃତି ସମ୍ମାନ ରାଜେନ୍ଦ୍ର ପ୍ରସାଦ ପାତ୍ର,ବଡକୁଶସ୍ଥଳୀ, ଗଞ୍ଜାମ । ଭାରତୀ ସ୍ମୃତି ସମ୍ମାନ ସରୋଜିନୀ ସାହୁ ଦିଗପହଣ୍ଡି ,ତ୍ରିଧାରା ସାରସ୍ବତ ସମ୍ମାନ ଦିଲ୍ଲିପ କୁମାର ମିଶ୍ର, ବ୍ରହ୍ମପୁର,ଦିଲୀପ କୁମାର ମହାନ୍ତି ବୈଦ, ତ୍ରିଧାରା ଯୁବ ସମ୍ମାନ ଲକ୍ଷ୍ମୀ କାନ୍ତ ପାତ୍ର,ମୋହନା ଗଜପତିଙ୍କୁ ୨୦୨୪ ପାଇଁ ପ୍ରଦାନ କରାଯାଇଥିଲା।