ଭଞ୍ଜନଗର,୦୯/୦୭(ପିପିଟି);ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଯୁବ ନେତା ପ୍ରଶାନ୍ତ କୁମାର ବିଶୋଇଙ୍କ ନେତୃତ୍ୱରେ ବର୍ଦ୍ଧିତ ପେଟ୍ରୋଲ ଡିଜେଲ ଦର ପ୍ରତ୍ୟାହାର ଶାନ୍ତିପୂର୍ଣ୍ଣ ଭାବେ ଦାବି କରି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହା ବିଦ୍ୟାଳୟ ଠାରୁ ସାଇକେଲ ଓ ଚାଲି ଚାଲି ତହସିଲ କାର୍ଯ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା.ଓ ଶେଷରେ ଭଞ୍ଜନଗର ଗୋଷ୍ଠୀ ଉନୟନ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେପିସିସି ସଭ୍ୟ ଦେବୀ ବିଷୋୟୀ ଭଞ୍ଜନଗର ବ୍ଲକ କଂଗ୍ରେସ ସଭାପତି କୃଷ୍ଣ ଚନ୍ଦ୍ର ବିଶୋଇ, ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ, ଏନ୍ଏସି ସଭାପତି ସୁକାନ୍ତ କୁମାର ଡିଗାଲ, ସୋରଡ଼ା ବ୍ଲକ ସଭାପତି ହରି କୃଷ୍ଣ ରଥ,ଲମ୍ବୋଦର ତ୍ରିପାଠୀ,ଜବାହାରଲାଲ ସାହୁ, ନାରାୟଣ ସେଠି,ଚିତ୍ତ ରଞ୍ଜନ ପଟ୍ଟନାୟକ, ସେହିପରି ବେଲଗୁଣ୍ଠାରେ ପିସିସି ସଭ୍ୟ ଦେବୀ ବିଷୋୟୀଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ସନ୍ତୋଷ ନାୟକ, ନଗର ସଭାପତି ସନ୍ତୋଷ ପଟ୍ଟନାୟକ, ବ୍ଲକ ସଭାପତି ନୃସିଂହ ସାହୁ ଓ ବହୁ କଂଗ୍ରେସ କର୍ମୀ ବେଲଗୁଣ୍ଠା ଏ ବିଡ଼ିଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )