ତେଲ ଅପମିଶ୍ରଣକୁ ନେଇ ପେଟ୍ରୋଲ ପମ୍ପରେ ଉତ୍ତେଜନା ।

ଭଞ୍ଜନଗର,୧୩/୧୨(ପିପିଟି): ଭଞ୍ଜନଗର ନିକଟ ଜିଲୁଣ୍ଡି ଠାରେ ଥିବା ଏକ ଫିଲିଙ୍ଗ ଷ୍ଟେସନରେ ପେଟ୍ରୋଲ ଅପମିଶ୍ରଣ ଯୋଗୁଁ କେତେକ ଗାଡ଼ିର ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା ଅଭିଯୋଗ ହୋଇଛି।ଏହି ଟାଙ୍କିରେ ପେଟ୍ରୋଲ ସହ କିଛି ତରଳ ପଦାର୍ଥ ମିଶ୍ରିତ ହୋଇ ଆସୁଥିବା ଜଣାପଡିଛି।ଯାହାଫଳରେ ଏଠାରେ ତେଲ ପକାଇଥିବା କେତେକ ଯାନବାହନ ଯାତ୍ରା ସମୟରେ ଅଧ ରାସ୍ତାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ସେସବୁ ଅନ୍ୟ ଗାଡ଼ି ଦ୍ୱାରା ଟଣା ହୋଇ ଗ୍ୟାରେଜରେ ଭର୍ତ୍ତି କରାଯାଇଥିବା ଗାଡ଼ିର ଡ୍ରାଇଭରମାନେ କହିଛନ୍ତି। ଯାହାକୁ ନେଇ ଉକ୍ତ ତେଲଟାଙ୍କିରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ସୋମବାର କିଛି ଗାଡ଼ି ମାଲିକ ଓ ଡ୍ରାଇଭର ମିଶି ଏସମ୍ପର୍କରେ ଉକ୍ତ ତେଲ ଟାଙ୍କି ମାଲିକଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ଜାଣିବା ପରେ ଉକ୍ତ ଟାଙ୍କିର ମାଲିକ କମ୍ପାନୀ ବିରୁଦ୍ଧରେ କୋର୍ଟର ଆଶ୍ରୟ ନେଇ ଉପଯୁକ୍ତ ସହାୟତା ଯୋଗାଇ ଦେବାକୁ କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ହେଲେ ଘଟଣା ସମ୍ପର୍କରେ ଭଞ୍ଜନଗର ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment