***ତେଲମରା***

***ତେଲମରା***

ଦଳେ ତେଲମରା ପ୍ରକୃତି ନିଆରା
ଚାଟୁକାର କଥା ଗପନ୍ତି…..
କାମ ହାତେଇବା ଉଦ୍ଦେଶ୍ୟ ଯାହାର
ଗଧକୁ ପଣ୍ଡିତ କହନ୍ତି…..!!
ତେଲମରା ଯେତେ ମୁଚୁକୁନ୍ଦା ହସ
ଫୁସୁରୁ ଫାସର ହୁଅନ୍ତି….
ଚୁଗୁଲୀ ଚପଟି ଛଅ ନଅ କହି
ସବୁଠି ଫାଇଦା ଉଠାନ୍ତି….!!
ହାତ ମନ୍ଥି ମନ୍ଥି କାନକୁ କୁଣ୍ଡେଇ
ସରଳ ପରିକା ଦିଶନ୍ତି….
ବତିଶି ଦାନ୍ତରେ ବିଶ ଧରି ସଦା
କାହାକୁ କିପରି ଦଂଶନ୍ତି…..!!
ଚିକ୍କଣ ଚାକ୍କଣ ଭଦ୍ର ଲୋକ ପରି
ଜୁହାର ସବୁଠି ମାରନ୍ତି….
ରାଣ୍ଡୁଆ ଭାଣ୍ଡୁଆ ଚରିତ୍ର ହିନକୁ
ସାଧୁ ସନ୍ଥ ବୋଲି କହନ୍ତି….!!
ଠକଙ୍କର ଠକ ମହାଠକ ଜାଣ
ତେଲମରା ଯେତେ ଅଛନ୍ତି….
କାମଟା ହାସଲ ହୋଇନ ପାରିଲେ
ଫଣା ଟେକି ଚୋଟ ମାରନ୍ତି…..!!
ଚାଲାକ୍ ଚତୁର ନିଜକୁ ମଣନ୍ତି
ପର ଘର ବୁଡା ଜହ୍ଲାଦ…
ତାଙ୍କରି ଜାଲରେ ପଡେ ଯେଉଁ ଜନ
ଅକାଳେ ପଡଇ ପ୍ରମାଦ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment