କୋଦଳା,୧୬/୦୪(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଗ୍ରାମର ରବୀନ୍ଦ୍ରନାଥ ଡାକୁଆ ଏବଂ ପୂର୍ଣ୍ଣବାସୀ ଡାକୁଆଙ୍କ ଝିଅ ସୁଶ୍ରୀ ଗୁଡୁଲି ଡାକୁଆ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ୭୦ ମାର୍କ ରଖି କୃତକାର୍ଯ୍ୟ ହୋଇ ବୃତ୍ତିପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗୁଡୁଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସୁମଣ୍ଡଳ ର ଛାତ୍ରୀ ଅଟନ୍ତି ।ସେ ଏହାର ଶ୍ରେୟ ତାଙ୍କ ପିତା ମାତା, ଗୁରୁଜୀ ଗୁରୁମା ଏବଂ ଟ୍ୟୁସନ ସାର୍ ଙ୍କୁ ଦେଇଛନ୍ତି । ଏଥିସହିତ ନିଜର ପିତା ମାତା, ଗୁରୁଜୀ ଗୁରୁମାଙ୍କ ଆଶୀର୍ବାଦରେ ଏହି ସଫଳତା ହାସଲ କରିଛନ୍ତି ବୋଲି ଗୁଡୁଲି ପ୍ରକାଶ କରିଛନ୍ତି । ଏ ନେଇ ତାଙ୍କର ପିତା ମାତା, ବିଦ୍ୟାମନ୍ଦିରର ଗୁରୁଜୀ ଗୁରୁମା ମାନେ ଖୁସିବ୍ୟକ୍ତ କରିଛନ୍ତି ।
(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।)