ତୃତୀୟ ଦିବସରେ ବୈତରଣୀ ଆଳତୀ ।

ଯାଜପୁର,୨୦/୦୩(ପିପିଟି):‘ଯଯାତି-୨୦୨୬’ ଏବଂ ‘ସୁଭଦ୍ରା ଶକ୍ତି ଓ ପଲ୍ଲିଶ୍ରୀ ମେଳା’ର ଆଜି ଶୁଭାରମ୍ଭ ପୂର୍ବରୁ ପବିତ୍ର ପୁଣ୍ୟତୋୟା ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ତୃତୀୟ  ଦିବସର ଭବ୍ୟ ‘ବୈତରଣୀ ମହାଆଳତି’ ଅନୁଷ୍ଠିତ ହୋଇଯାଇଛି। ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ବୈତରଣୀ ତଟ ଏକ ଅପୂର୍ବ ଆଧ୍ୟାତ୍ମିକ ଶୋଭା ଧାରଣ କରିବା ସହ ଜିଲ୍ଲାର ପ୍ରାଚୀନ ଗୌରବକୁ ପୁଣି ଥରେ ପ୍ରତିଫଳିତ କରିଛି। ଏହି ଅବସରରେ ସ୍ଥାନୀୟ ଗଞ୍ଜେଶ୍ୱର୍ ଶିବ ମନ୍ଦିରରୁ ଏକ ବିଶାଳ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରିଥିଲା। ଏହି ଅବସରରେ ପାରମ୍ପରିକ ଘୋଡ଼ା ନାଚ,ମୃଦଙ୍ଗର ତାଳ ଏବଂ ଘଣ୍ଟଧ୍ୱନିରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା । ମାଆ ବୈତରଣୀ ନଦୀ ନିକଟରେ ଶାସ୍ତ୍ରୀୟ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ ଜିଲ୍ଲାର ଶାନ୍ତି, ସମୃଦ୍ଧି ଓ ସାମଗ୍ରିକ ମଙ୍ଗଳ ପାଇଁ ପ୍ରାର୍ଥନା କରାଯାଇଥିଲା। ଏହି ଭବ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ବର କୁମାର କର, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ,ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ମହିଳାମାନେ ଯୋଗ ଦେଇଥିଲେ।

Comments (0)
Add Comment