ତୃତୀୟ ଦିନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ।

କବିସୂର୍ଯ୍ଯ ନଗର, ୧୫/୧୨(ପିପିଟି):ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗଞ୍ଜାମ ଜିଲ୍ଲା ସାମିଲ ହେବା ପରେ ଆଜି ତୃତୀୟ ଦିନରେ ଆସିକା ନିର୍ବାଚନ ମଣ୍ଡଳୀର କବିସୂର୍ଯ୍ୟନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି,, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ,ଯୁବ ନେତା ଅଶ୍ବିନୀ ସ୍ବାଇଁ,ବିଡିଓ ଉପସ୍ଥିତ ଥିଲେ।
(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Comments (0)
Add Comment