ତୃଟିପୂର୍ଣ୍ଣ ପ୍ରଧାନମନ୍ତ୍ରୀ ଆବାସ ତାଲିକା ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ।

ପୋଲସରା,୨୫/୦୧(ପିପିଟି): ସଦ୍ୟ ପ୍ରକାଶ ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ସ୍ଥାନ ପାଇଥିବା ଅଯୋଗ୍ୟ ହିତାଧୀକାରୀଙ୍କ ନାମ ବାଦ ଦେବା ସହିତ ତାଲିକା ରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ତାଲିକା ଭୁକ୍ତ କହିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବି କରାଯାଇଛି। ଆଜି ଦଳ ପକ୍ଷରୁ ଶତାଧିକ କର୍ମୀ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ପାର୍ଟିର ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକଙ୍କ ନେତୃତ୍ବରେ ବିଜେପି କର୍ମୀ ମାନେ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆରମ୍ଭରେ ଗୋକୁଳାନନ୍ଦ ମଳିକ ଓ ଅନ୍ୟମାନେ ନିଜ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ତାଲିକାକୁ ମନମୁଖୀ ଭାବେ ଅଦଳବଦଳ କରି ଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ ଦେଇଥିବା ଓ ଅଯୋଗ୍ୟ ହିତାଧିକାରୀଙ୍କ ନାମକୁ ତାଲିକାଭୁକ୍ତ କରା ଯାଇଥିବା ଅଭିଯୋଗ କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୈଳାସ ଚନ୍ଦ୍ର ମୁର୍ମୁଙ୍କୁ ଗୋଟିଏ ଦାବି ପତ୍ର ପ୍ରଦାନ କରିଥିଲେ। ଏଥି ସହିତ ଆସନ୍ତା ଏକ ସପ୍ତାହ ମଧ୍ୟରେ ତାଲିକା ସଂଶୋଧନ ନକଲେ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଅଚଳ କରି ଦିଆଯିବ ଏବଂ ଦାବି ହାସଲ ପର୍ଯ୍ୟନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ ଗୋକୁଳାନନ୍ଦ ମଳିକଙ୍କ ବ୍ୟତୀତ ବରିଷ୍ଠ ବିଜେପି ନେତା ଦିନବନ୍ଧୁ ସାହୁ , ଯୁବନେତା ଦୀପକ କୁମାର ପ୍ରଧାନ , ପ୍ରକାଶ ମହାପାତ୍ର , କେ ଦିଲ୍ଲୀପ କୁମାର ମହାପାତ୍ର ଓ ଦ୍ବିତୀ କୃଷ୍ଣ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment