ତୁଳସୀ ମାଳିଆ
ମୋ ଜଗା କାଳିଆ
ଦୁଇ ଆଖି ରୂପା ଥାଳିଆ
ନୀଳାଚଳେ ଲୀଳା ଖେଳା ନୀଳାଚଳିଆ….!!
ବଡ ଦେଉଳର ସିଂହ ଦ୍ବାର ଠାରେ
ଭକତ ଗହଳ ଭିଡ…..
ଦରଶନ ଲାଗି ଠେଲାପେଲା ବେଶି
ପଡ଼ିଛି ଲୁହାର ବାଡ଼….
ସେ ଚକାନୟନ ପତିତପାବନ
ମନ ବାଞ୍ଛା ହେବ ପୂରଣ
ଦେଖବାକୁ ଛଟପଟ ବ୍ୟାକୁଳ ମନ….!!
ହାତେ ଧରି ଫୁଲ ତୁଳସୀର ମାଳ
ଯିବାକୁ ହେଉଛି ଡେରି….
ମନ ମଉଳୁଛି ବିଳମ୍ବ ହେବାରୁ
କାଳିଆକୁ ଝୁରି ଝୁରି….
ସେ ବଡ ଠାକୁର
ସେ ରଙ୍ଗା ଅଧର
ଝର ଝର ହସ ମଧୁର
ଘେନ ଘେନ ଜଣାଣ ମୋ ଦୁଃଖ କର ଦୂର…..!!
ଗରୁଡ ସ୍ତମ୍ଭରେ ଠିଆ ହୋଇ ଦଣ୍ଡେ
ଚାହିଁ ଦେଲେ ମୋକ୍ଷ ମିଳେ….
ଦୀପଟିଏ ଜାଳି କଲେ ଦଣ୍ଡବତ
ଅପାର କରୁଣା ଢାଳେ….
ଜଗତର ନାଥ
ଭକତ ଆରତ
ଶ୍ରବଣେ ଛାଡେ ଦୁଷ୍କୃତ୍ଯ
ଆସେ ଆସେ ମିତଣୀ ଲୋ ଛାଡେ ନାହିଁ ହାତ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)