ତିର୍ତ୍ତୋଲ ଶାରଳା ସୂତାକଳକୁ ନେଇ ଜୋର ଧରିଲା ରାଜନୀତି ।

ତିର୍ତ୍ତୋଲ,୨୪/୧୦(ପିପିଟି); ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ବନ୍ଦ ହୋଇ ରହିଥିବ ଶାରଳା ସୂତାକଳକୁ ନେଇ ରାଜନୀତି ଯୋର ଧରିଛି। ସମସ୍ତ ପ୍ରମୁଖ ରାଜନୈତିକ ଦଳ ଏହାର ପୁନଃ ଉଦ୍ଧାର ପାଇଁ ଉପନିର୍ବାଚନରେ ଏହାକୁ ମୁଦ୍ଦା କରିଛନ୍ତି। କଂଗ୍ରେସ ପାଦେ ଆଗକୁ ଯାଇ ନାଉସିରା ଠାରେ ଥିବା ଏହି ସୂତାକଳର ମୁଖ୍ୟ ଫାଟକରେ ଫୁଲମାଳା ଅର୍ପଣ କରି ଦାବୀକୁ ବଳିଷ୍ଠ କରିଛି। ଏହାକୁ ଖୋଲିବା ପାଇଁ ଦଳିୟ ନେତା ମାନେ ଉଦ୍ୟମ କରିବେ ବୋଲି ଘୋଷଣା କରିବା ସହ ରାଜ୍ୟ ସରକାର ମହାବାତ୍ୟା ପରଠାରୁ ବନ୍ଦ ରହିଥିବା ଏହି ସୂତାକଳକୁ ଖୋଲିବା ପାଇଁ ଉଦ୍ୟମ କରିନଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏଥିରେ ରାଜ୍ୟ ପ୍ରଭାରୀ ଡଃ ଏ ଚେଲ୍ଲା କୁମାର, ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ,କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳ, ଦଳିୟ ପ୍ରାର୍ଥି ଇଂ ହିମାଂଶୁ ଭୂଷଣ ମଲ୍ଲିକ, ଦଳୀୟ ଏମପି ସପ୍ତଗିରି ଉଲ୍ଲାକା, ପୂର୍ବତନ ଏମପି ପ୍ରଦୀପ ମାଝୀ, ଜିଲ୍ଲା ସଭାପତି ନଟବର ବାରିକ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ,ଜିଲ୍ଲା ଯୁବ କଂଗ୍ରେସ କୋଷାଧ୍ୟକ୍ଷ ବିଜୟ ବିଶ୍ୱାଳ, ବ୍ଲକ ସଭାପତି ଅକ୍ଷୟ ଦାସ, ଯୁବନେତା ଦେବ ପ୍ରସାଦ ନାୟକଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Comments (0)
Add Comment