ତିର୍ତ୍ତୋଲ ବ୍ଳକ ପରିସରରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ।

ତିର୍ତ୍ତୋଲ,୧୪/୧୨(ପିପିଟି); ବିଧାୟକ ବିଜୟ ଶଙ୍କର ଦାସଙ୍କ ଦ୍ଵାରା ତିର୍ତ୍ତୋଲ ବ୍ଲକ୍ ଅଫିସ୍ ପରିସରରେ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି । ସ୍ଥାନୀୟ ତିର୍ତ୍ତୋଲ, ତେନ୍ତୁଳିପଦା , ତରଜଙ୍ଗା,ପଞ୍ଚାୟତର ବହୁ ହିତାଧିକାରୀ ମାନଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି । ବ୍ଲକ୍ ଅଧ୍ୟକ୍ଷାଙ୍କ ସୁଜାତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ବ୍ଲକ୍ ଉପାଧ୍ୟକ୍ଷ ଆଶିଷ କୁମାର ସେଠୀ, ବ୍ଲକ୍ ବିଜୁ ଜନତାଦଳ ସଭାପତି ଗଙ୍ଗାଧର ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ଯା ଲିପାଲି ରାଉଳ, ପ୍ରବୀର କୁମାର ରାୟ,ସନାତନ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି । )

Comments (0)
Add Comment