ଜଗତସିଂହପୁର -୨୯/୦୯(ପିପିଟି); ତିର୍ତ୍ତୋଲ ଓ ବାଲେଶ୍ଵର ଦୁଇଟି ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ନଭେମ୍ବର ୩ ତାରିଖରେ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯିବ । ଅକ୍ଟୋବର ୧୬ ନାମାଙ୍କନ ଗ୍ରହଣ ର ଶେଷ ଦିନ । ଅକ୍ଟୋବର ୧୭ ରେ ଯାଞ୍ଚ ଓ ଅକ୍ଟୋବର ୧୯ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ରହିଛି ।ଏହା ସହ ନଭେମ୍ବର ୧୦ରେ ଭୋଟ ଗଣତି ହେବ । ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । (ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)