ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସିପିଆଇ ପକ୍ଷରୁ ବିଜୟ କୁମାର ଭୋଇ ପ୍ରାର୍ଥୀ ।

ତିର୍ତ୍ତୋଲ,ତା-୦୭/୧୦(ପିପିଟି ନ୍ଯୁଜ୍), ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ରେ କମ୍ୟୁନିଷ୍ଟ ଦଳର ଜଣେ ଦକ୍ଷ ସଂଗଠକ ରୂପେ ଜଣାଶୁଣା ବିଜୟ କୁମାର ଭୋଇଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରିବାକୁ ସ୍ଥିର କରାଯାଇଥିଵା ର ସିପିଆଇ ଜିଲ୍ଲା ସଂପାଦକ ଅଭିଜିତ ସାହୁ ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଘୋଷଣା କରିଛନ୍ତି । ଏହା ସହ ଜନସାଧାରଣଙ୍କ ସମସ୍ୟା ସହ ଜଡ଼ିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତିକୁ ସିପିଆଇ ଦଳ ନିର୍ବାଚନ ରେ ମୁଖ୍ୟ ପ୍ରସଙ୍ଗ କରିଵ ବୋଲି ଜଣାଇଛନ୍ତି । ବିରିଡ଼ି ବ୍ଲକ୍ ଵତୀମିରା ଅଞ୍ଚଳର ବିଜୟ କୁମାର ଭୋଇ ସିପିଆଇର ଜିଲ୍ଲା ସହ-ସଂପାଦକ ତଥା ବିରିଡ଼ି ଜୋନାଲ କମିଟି ସଂପାଦକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସମାଜସେବାରେ ଜଡ଼ିତ ବିଜୟ କୁମାର ଭୋଇ ଛାତ୍ର ଜୀବନରୁ କମ୍ୟୁନିଷ୍ଟ ଆଦର୍ଶରେ ଅନୁପ୍ରାଣିତ । ଏସ୍ ଭି ଏମ୍ କଲେଜ ,ଜଗତସିଂହପୁର ରୁ ୧୯୯୭ ମସିହାରେ +୩ ବିଜ୍ଞାନ ପଢିବା ସମୟରୁ ଜାତି ବର୍ଣ୍ଣ ଭେଦଭାବ ନଥିବା ଏମିତି ଏକ ରାଜନୈତିକ ଦଳର ସଦସ୍ୟ ହେବା ଓ ଜିଲ୍ଲା ସହ ସଂପାଦକ ପଦବୀ ପର୍ଯ୍ୟନ୍ତ ନିରବଛ୍ଛିନ୍ନ ଭାବେ ଜନସେଵା କରିଆସୁଛନ୍ତି । ଦଳ ତରଫରୁ ପ୍ରାର୍ଥୀ ଭାବେ ନିଜ ନାମ ଘୋଷଣା ହେବାପରେ ସେ ଦଳର ନେତୃଵୃନ୍ଦଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିରିଡ଼ି ବ୍ଲକ୍,ରଘୁନାଥପୁର ବ୍ଲକ ଓ ତିର୍ତ୍ତୋଲ ବ୍ଲକର ୨୦ଟି ପଞ୍ଚାୟତକୁ ନେଇ ଗଠିତ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ(ନଂ-୧୦୨) ର ମୋଟ୍ ଭୋଟର ସଂଖ୍ୟା ୨,୩୪,୧୪୫ । ପୁରୁଷ ଭୋଟର ସଂଖ୍ୟା ୧,୨୨,୨୬୩ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧,୧୧,୮୮୨ । (ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment