ତିର୍ତ୍ତୋଲରେ ବିଜେଡି,ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର କାର୍ଯ୍ୟ ଆରମ୍ଭ ।

ତିର୍ତ୍ତୋଲ,୨୧/୧୦ (ପିପିଟି); ତିର୍ତ୍ତୋଲ ଉପ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରାର୍ଥିମାନେ ବିଭିନ୍ନ ଢଙ୍ଗରେ ଭୋଟରଙ୍କୁ ଆକର୍ଷିତ କରୁଥିବା ଦେଖାଯାଉଛି। ବିଜେଡି,କଂଗ୍ରେସ ଓ ଭାଜପା ଦଳର ପ୍ରାର୍ଥି ମଙ୍ଗଳବାର ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତିର୍ତ୍ତୋଲ ବ୍ଲକ ୩ନଂ ଜୋନର କନକପୁର ଓ ପଟିଲୋ ପଞ୍ଚାୟତରେ ଘର ବୁଲି ଭୋଟଙ୍କୁ ଭୋଟ ପାଇଁ ନିବେଦନ କରିଥିଲେ। ତାଙ୍କ ସହ ଦଳିୟ ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ଜିଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶୀନି ବିଶ୍ବାଳ, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ବାଳ, ପଟିଲୋ ସରପଞ୍ଚ ଚିତ୍ତ ରଞ୍ଜନ ରଥ ପ୍ରମୁଖ ସାମିଲ ହୋଇ ବିଭିନ୍ନ ଗ୍ରାମ ପରିକ୍ରମା କରି ଭୋଟରଙ୍କୁ ଭେଟିଥିଲେ।ଭାଜପା ପ୍ରାର୍ଥୀ ରାଜକିଶୋର ବେହେରା ୪ନଂ ଜୋନର କଟରା, ଗରାମ, ତୁଳଙ୍ଗ, ଇବ୍ରିସିଂ, ଜଗନ୍ନାଥପୁର ପ୍ରଭୃତି ପଞ୍ଚାୟତରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ। ତାଙ୍କ ସହ ବରିଷ୍ଠ ଭାଜପା ନେତା ସଞ୍ଜୟ ମହାନ୍ତି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତପନ କୁମାର ବେହେରା, ମୋହିତ ମହାନ୍ତି, ଓବିସି ସେଲ ରାଜ୍ୟ ଉପସଭାପତି ନୃସିଂହ ସାହୁ, ଜଗନ୍ନାଥପୁର ମଣ୍ଡଳ ସଭାପତି ସୁନନ୍ଦ ବିଶ୍ବାଳ, ମହିଳା ମୋର୍ଚ୍ଚାର ଜୟଲକ୍ଷ୍ମୀ ମହାନ୍ତି ପ୍ରମୁଖ ସାମିଲ ହୋଇ ଭୋଟ ଲାଗି ଭୋଟରଙ୍କୁ ନିବେଦନ କରିଥିଲେ।ସେହିଭଳି କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ନିଜ ନିଜ ସମର୍ଥକମାନଙ୍କୁ ଧରି ଜୋରଦାର ଘରକୁ ଘରକୁ ବୁଲି ପ୍ରଚାର କାର୍ଯ୍ୟରେ ଲାଗି ପଡିଛନ୍ତି । ତାଙ୍କ ସହ ପୂର୍ବତନ ଜଗତସିଂହପୁର ବିଧାୟକ ଚିରଞ୍ଜିବି ବିଶ୍ୱାଳ, ରାଜ୍ୟସଭା ସାଂସଦ ରଂଜିବ ବିଶ୍ୱାଳ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ ,ବିଜୟ ବିଶ୍ୱାଳ ପ୍ରମୁଖ ପ୍ରଚାର କାର୍ଯ୍ୟରେ ସହଯୋଗ କରୁଛନ୍ତି ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Comments (0)
Add Comment