ତିର୍ତ୍ତୋଲ ମହାନଦୀ ଉପରେ ହେବ ସେତୁ, ଟ୍ରେଣ୍ଡର ପ୍ରକ୍ରିୟାକୁ ମିଳିଲା ଅନୁମୋଦନ ।

ଜଗତସିଂହପୁର,୨୫/୦୯(ପିପିଟି): ଜଗତସିଂହପୁରରୁ ତିର୍ତ୍ତୋଲରେ ଉଚ୍ଚ ସେତୁ ନିର୍ମାଣ ହେବ । ମହାନଦୀ ଉପରେ ଏହି ଉଚ୍ଚସେତୁ ହେବ । ପୋଷଳ-ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ସେତୁ ହେବ । ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ ଦେଇଛନ୍ତି ସରକାର । ସେତୁରେ ୧୧୮.୫୬ କୋଟିର ବ୍ୟୟ ଅଟକଳ ହୋଇଥିବା ବେଳେ ସେତୁର ଦୈର୍ଘ୍ୟ ୮୮୮.୮୯ ମିଟର ରହିଛି । ୯ଟି ଗ୍ରାମର ପାଖାପାଖି ୫୦ହଜାର ଲୋକ ଏହି ସେତୁ ଯୋଗେ ଉପକୃତ ହେବେ । (ରିପୋର୍ଟ – ପ୍ରତାପ କୁମାର ସିଂହ ।)

Comments (0)
Add Comment