କୋଦଳା,୨୭/୦୫(ପିପିଟି):ବେଗୁନିଆପଡ଼ା ଥାନା ଅନ୍ତର୍ଗତ ତିରିଡା ଗ୍ରାମର ପାଡାହ ମୁଖ୍ୟ ରାସ୍ତା ଉପରେ ଛିଡି ପଡିଲା ଏକ ବିରାଟକାୟ ଗଛ ଡାଳ। ବହୁ ପୁରାତନ ବରଗଛର ଡାଳଟି ଅଚାନକ ହଠାତ୍ ଛିଡି ପଡିଥିବା ଦେଖିବାକୁ ମିଳିଛି। ତେବେ ସୌଭାଗ୍ୟବଶତଃ ସେତେବେଳେ କୌଣସି ଲୋକ ସେହି ରାସ୍ତାରେ ଯାତାୟତ କରୁ ନଥିଲେ। ଫଳରେ କୌଣସି ଅଘଟଣ ଘଟିନି। ଗଛ ଡାଳଟି ପଡି ରାସ୍ତା ଅବରୋଧ ହୋଇଥିବାବେଳେ ସ୍ଥାନୀୟ ଲୋକେ କୋଦଳା ଅଗ୍ନିଶମ ବାହିନୀ କର୍ମଚାରୀ ମାନଙ୍କୁ ଖବର ଦେଇଥିଲେ। ବୁଧବାର ଅପରାହ୍ନରେ କୋଦଳା ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ପହଞ୍ଚି ଡାଳକୁ କାଟି ରାସ୍ତା ସଫା କରି ଅବରୋଧ ହଟାଇଥିବା ସୂଚନା ମିଳିଛି।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ