ତିନୋଟି ଗାଡି ସହ ଗଞ୍ଜେଇ ଜବତ; ୪ଜଣ ଗିରଫ 

କନ୍ଧମାଳ,୨୮/୦୩(ପିପିଟି): କନ୍ଧମାଳ ଜିଲ୍ଲାର ଖଜୁରିପଡ଼ା ଥାନା ଅଞ୍ଚଳରୁ ୧୮୮ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହାଛଡ଼ା ଗୋଟିଏ ସ୍କର୍ପିଓ ଓ ୨ଟି ଆମ୍ବାସାଡର୍ କାର୍ ବି ଜବତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ କନ୍ଧମାଳ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଖଜୁରିପଡ଼ା ଥାନା ଅନ୍ତର୍ଗତ ଶଙ୍କରାଖୋଲରେ ସକାଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ୪ଜଣ ଲୋକ ସ୍କର୍ପିଓ ଓ ୨ଟି ଆମ୍ବାସାଡର୍ କାରରେ ୧୮୮ କିଲୋଗ୍ରାମ ଗଞ୍ଜେଇ ଚୋରାଚାଲାଣ କରୁଥିଲେ। ଅବକାରୀ ବିଭାଗର କର୍ମଚାରୀମାନେ ୧୮୮ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଏହି ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ୪ ଅଭିଯୁକ୍ତ ହେଲେ ପ୍ରଦୀପ କୁମାର ଅଳିତା, ଆକାଶ କୁମାର ଚୌଧୁରୀ, ଦିଲୀପ କୁମାର ବେହେରା ଓ ଜିତେନ୍ଦ୍ର କୁମାର ବେହେରା। ଏହାଛଡ଼ା ସେମାନେ ବ୍ୟବହାର କରିଥିବା ଗୋଟିଏ ସ୍କର୍ପିଓ ଓ ୨ଟି ଆମ୍ବାସାଡର୍ କାର୍ ବି ଜବତ କରିଥିଲେ।

(ରିପୋର୍ଟ- ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment