ତିନି ଜଣ ଗଞ୍ଜା ଚାଲାଣ କାରି ଗିରଫ।

ପୋଲସରା,୨୮/୦୫(ପିପିଟି): ଚୋରାରେ ଗଞ୍ଜା ଚାଲାଣ କରୁଥିବା ତିନି ଜଣ ବ୍ୟକ୍ତିଙ୍କୁ ଆଜି ପୋଲସରା ପୋଲିସ ଗିରଫ କରିଛି। ଏଥି ସହିତ ତିନୋଟି ଜରି ବ୍ୟାଗରେ ଥିବା ୭୨.୬୦୦ କିଲୋଗ୍ରାମ ଗଞ୍ଜେଇ , ଗୋଟିଏ ରିନଲ୍ଟ ଡଷ୍ଟର କାର ଏବଂ ତିନୋଟି ମୋବାଇଲ ଫୋନ ଆସାମୀ ମାନଙ୍କ ଠାରୁ ଜବତ ହୋଇଥିବା ଆଜି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପୁରୁଷୋତ୍ତମ ପୁର ଆରକ୍ଷୀ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ଓ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଳିକ କହିଛନ୍ତି। ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦିଆଯାଉଥିବା ସୂଚନା ଅନୁଯାୟୀ ଆଜି ପାହାନ୍ତିଆ ସମୟରେ ପୋଲସରା ଥାନାର ଏସ‌୍ଆଇ ଅଜୟ କୁମାର ମଳିକ ଓ ଅନ୍ୟ ମାନେ ପାଟ୍ରୋଲିଙ୍ଗ କରିବା ସମୟରେ ମଥୁରା ନିକଟବର୍ତ୍ତୀ ମାନ୍ଦା ମନ୍ଦିର ନିକଟରେ ଗୋଟିଏ ରିନଲ୍ଟ ଡଷ୍ଟର କାର ନମ୍ବର ଓଡି ୦୨ ଏସ୍ ୮୦୨୯ କାର କୁ ସନ୍ଦେହ ରେ ଅଟକାଇ ଯାଞ୍ଚ୍ କରିଥିଲେ। ଯାଞ୍ଚ୍ ସମୟରେ ସେଥିରେ ତିନୋଟି ଜରି ଅଖାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଫଳରେ କାର ରେ ବସିଥିବା ପୋଲସରା ବ୍ଳକ ଅନ୍ତର୍ଗତ ଡିମ୍ବିରିଆ ଗ୍ରାମର ରବିନ୍ଦ୍ର ସାହୁ ଓ ତୋଫାନ ପ୍ରଧାନ ଏବଂ ଲକ୍ଷ୍ମଣ ପଲ୍ଲୀ ଗ୍ରାମର କାର୍ତ୍ତିକେଶ୍ୱର ସାହୁଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଜେରା ବେଳେ ଜବତ ଗଞ୍ଜେଇ କନ୍ଧମାଳ ଅଞ୍ଚଳରୁ ଆଣି ପଶ୍ଚିମବଙ୍ଗ ର ଦୁର୍ଗାପୁର ଅଞ୍ଚଳ କୁ ନେଉଥିବା କହିଥିବା ପୋଲିସ ସୂଚନା ଦେଇଛି । ଏଥି ସହିତ ପୋଲସରା ଅଞ୍ଚଳର କିଛି ଯୁବତୀ ମଧ୍ୟ ତୋର ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ପାଇଛି ଠିକଣା ସମୟରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)

Comments (0)
Add Comment