ମାଲକାନଗିରି,୧୦/୯ (ପିପିଟି):ଛେଳି ଚୋରି କରି ତିନି ଜଣ ଗିରଫ ହୋଇଥିବା ବେଳେ ତିନି ଜଣ ଫେରାର ହୋଇଥିବା ଘଟଣା ବର୍ତ୍ତମାନ ଏ ଅଞ୍ଚଳରେ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ପାଲଟିଛି ।
ବିବରଣୀ ରୁ ପ୍ରକାଶ ଯେ, ଚିତ୍ରକୋଣ୍ଡା ବ୍ଳକ ଅନ୍ତର୍ଗତ ଦୋରାଗୁଡା ଗ୍ରାମ ପଞ୍ଚାୟତ ନିକଟସ୍ଥ ଆରଏସସି-୩ ନମ୍ବର ଗ୍ରାମର ଶୁକୁ ଜାନିଙ୍କ ଛେଳିକୁ ଗତ ୬ ତାରିଖ ରାତ୍ର ସମୟରେ କେହି ଦୁର୍ବୃତ୍ତ ଚୋରି କରି ହୋଇ ନେଇ ଯାଇଥିଲା ବେଳେ ଶୁକୁ ନିକଟସ୍ଥ ଚିତ୍ରକୋଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲା । ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକାଙ୍କ ନେତୃତ୍ୱରେ ଏଏସଆଇ ଅମୂଲ୍ୟ କୁମାର ଦୁରୁକାଙ୍କ ସହ ପୋଲିସ ଦଳ ତଦନ୍ତ ଆରମ୍ଭ କରିଥିଲା । ଫଳରେ ଚିତ୍ରକୋଣ୍ଡା ପୋଲିସ ତିନି ଜଣ ଛେଳି ଚୋରଙ୍କୁ ଗିରଫ କରିବା ସହିତ ଛେଳିକୁ ଉଦ୍ଧାର କରିବାରେ ସଫଳ ହୋଇଛି । ଚିତ୍ରକୋଣ୍ଡା ଥାନା କେଶ ନ:୧୬୯/ତା:୭.୯.୨୦୨୩ /ଧାରା ୩୭୯ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଚିତ୍ରକୋଣ୍ଡା ନୂଆସାହିର ସୀତାରାମ ହନ୍ତାଳ, ହରି ଖିଲ, ଏବଂ ବେନିଆଗୁଡ଼ା ଗ୍ରାମର ରମେଶ ଶଗରିଆ।ଫେରାର ଥିବା ତିନି ଜଣ ଅଭିଯୁକ୍ତ ହେଉଛନ୍ତି ଅପରେଟ କଲୋନୀର ଗୋବିନ୍ଦ ଖିଲ, ଚିତ୍ରକୋଣ୍ଡା ନୂଆ କଲୋନୀର ଦହ ପାଙ୍ଗି ଓ ମୋହନ ହନ୍ତାଳ ବୋଲି ପୋଲିସ ପ୍ରକାଶ କରିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)