ତିନି ଆସାମୀ ଗିରଫ,୪୨ କିଲୋ ଗଞ୍ଜେଇ ଜବତ ।

ମାଲକାନଗିରି,ତା:୨୯/୦୯(ପିପିଟି); ଆଜି ମାଥିଲି,ବାଲିମେଳା ଏବଂ କାଲିମେଳା ଅବକରୀ କର୍ମଚାରୀମାନେ ମିଳିତ ଭାବେ ଚଢାଉ କରି ୪୨ କିଲୋ ଗଞ୍ଜେଇ ଯବତ କରିବା ସହ ୩ ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସକ୍ଷମ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନିର୍ଦ୍ଦେଶ କ୍ରମେ ଓଆଇସି ଜଗା ରାଓଙ୍କ ନେତୃତ୍ବରେ ମାଥିଲି, ବାଲିମେଳା ଏବଂ କାଲିମେଳା ଅବକାରୀ କର୍ମଚାରୀ ମାନଙ୍କୁ ନେଇ ପୃଥକ ପୃଥକ ସ୍ଥାନରେ ଚଢାଉ କରାଯାଇଥିଲା । କିଛି ଅବକାରୀ କର୍ମଚାରୀ ବାଲିମେଳା ଠାରୁ ଭୁବନେଶ୍ବର ଯାଉଥିବା ଓଡିଶା ଘରୋଇ ଯାତ୍ରୀବାହୀ ବସ ଉପରେ ଚଢାଉ କରି ୧୨ କେଜି ଗଞ୍ଜେଇ ଧରି ଯାଉଥିବା ଏକ ଯାତ୍ରୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।ଆସାମୀ ଜଣଙ୍କ ସ୍ବାଭିମାନ ଅଞ୍ଚଳର ସାହେବ ରାଜପେଦାକୁ ବୋଲି ସୂତନା ମିଳିଛି । ଆସାମୀ ନାମରେ ମାଥିଲିରେ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।ସେହିପରି ଜବାଗଡ ଠାରେ ଟିଭିଏସ ସ୍କୁଟି (ନଂ:ଓଡି-୩୦ବି-୫୩୮୭)ରେ ୩୦ କେଜି ଗଞ୍ଜେଇ ଧରି ଯାଉଥିବା ବେଳେ ଅବକାରୀ କର୍ମଚାରୀମାନେ ତଲାସି କରି ୨ଜଣ ଆସାମୀଙ୍କୁ ଗିରଫ କରିଥିଲେ । ସେ ଦୁଇ ଜଣ ଆସାମୀ ହେଲେ ବାଲିମେଳା ଏନଏସି ବାସିନ୍ଦା ଆଲୋକ ଗୌଡ ଏବଂ ମାଧବ ହରିଜନ । ସେମାନଙ୍କ ଠାରୁ ସ୍କୁଟି ଏବଂ ୩୦ କିଲୋ ଗଞ୍ଜେଇ ଜବତ କରାଯାଇଛି ।ସେମାନଙ୍କ ନାମରେ ବାଲିମେଳା ଠାରେ ମାମଲା ରୁଜୁ କରାଯାଇ ଆଜି ମାଲକାନଗିରି କୋର୍ଟକୁ ଚାଲାଣ କରାଯୀଇଛି ।ଅବକାରୀ କର୍ମଚାରୀମାନେ ସର୍ବମୋଟ ୪୨ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ ଏହାର ଅନୁମାନିକ ମୂଲ୍ଯ ୨ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଓଆଇସି ଜଗା ରାଓ ପ୍ରକାଶ କରିଛନ୍ତି । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment