ତାଳସର ଠାରେ ଏଲଏନ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ, ଉଦ୍‌ଘାଟନୀ ମ୍ୟାଚରେ କୁମାରିପାରି ଦଳ ବିଜୟୀ।

କୋଦଳା,୦୭/୦୨(ପିପିଟି); ଏହି ବ୍ଲକ ଅନ୍ତର୍ଗତ ତାଳସର ହାଇସ୍କୁଲ ପଡିଆ ଠାରେ ଆଜି ଶ୍ରୀ ଲକ୍ଷ୍ମୀ ନୃସିଂହ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଂଟ କୁ ପୂର୍ବତନ ସମିତି ସଭ୍ୟ ତଥା କଂଗ୍ରେସ ନେତାଭବାନୀ ପ୍ରସାଦ ଜେନା(ବୁଲା) ଉଦଘାଟନ କରିଥିବା ବେଳେ ସଂମାନିତ ଅତିଥି ଭାବେ ଅକ୍ଷୟ କୁମାର ନାୟକ, ପ୍ରମୋଦ କୁମାର ଭୂୟାଁ, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଉଦ୍‌ଘାଟନୀ ମ୍ୟାଚରେ କୁମାରିପାରି ଦଳ ଓଡନଇ ଦଳକୁ ଭେଟିଥିଲା।କୁମାରିପାରି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୩ ୱିକେଟହରାଇ ୨୩୫ ରନ ସଂଗ୍ରହ କରିଥିଲା। ଜବାବରେ ଓଡନଇ ଦଳ ବ୍ୟାଟିଂ କରି ୧୫ ଓଭରରେ ୮ ୱିକେଟ ହରାଇ ୧୨୦ ରନ ସଂଗ୍ରହ କରିବା ଯୋଗୁଁ କୁମାରିପାରି ଦଳ ବିଜୟୀ ହୋଇଥିଲା। ବିଜୟୀ ଦଳ ପକ୍ଷରୁ ସନତ କୁମାର ତାରିଣୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ। ଆଜିର ମ୍ୟାଚକୁ ଗୌରଭ କିଶୋର ରାୟ ଓ ହର ପ୍ରସାଦ ଜେନା ପରିଚାଳନା କରିଥିବା ବେଳେ କୃଷ୍ଣ ଭୂୟାଁ ଧାରା ବିବରଣୀ ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଂଟରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment